ପାକିସ୍ତାନକୁ ସମର୍ଥନ କରିନି ଚିନ୍, ଅପରେସନ ସିନ୍ଦୂର ଉପରେ.....
ଏପ୍ରିଲ ୨୨ ତାରିଖ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇ ଭାରତ 'ଅପରେସନ୍ ସିନ୍ଦୂର' ଆରମ୍ଭ କରିଥିଲା। ଏହି ଅପରେସନ୍ ସିନ୍ଦୂରରେ ପାକିସ୍ତାନକୁ ଚୀନ୍ ସକ୍ରିୟ ସାମରିକ ସମର୍ଥନ କରିଥିଲା ଏବଂ ବିଭିନ୍ନ ଯୁଦ୍ଧାସ୍ତ୍ର ପରୀକ୍ଷା କରିବାପାଇଁ ଭାରତ-ପାକ୍ ସଂଘର୍ଷକୁ ଏକ 'ଲାଇଭ୍ ଲ୍ୟାବ୍' ଭାବେ ବ୍ୟବହାର କରୁଥିଲା ବୋଲି ଭାରତୀୟ ସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରାହୁଲ୍ ଆର୍ ସିଂହ କହିଛନ୍ତି। ସିଂହଙ୍କର ଏହି ଟିପ୍ପଣୀକୁ ଚୀନ୍ ଖଣ୍ଡନ କରିଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ ଏକ ଗଣମାଧ୍ୟମ ବିବୃତି ଜାରି କରି କହିଛନ୍ତି ଯେ ଚୀନ୍ ଓ ପାକିସ୍ତାନ ଘନିଷ୍ଠ ପଡ଼ୋଶୀ। ସେମାନେ ପାରମ୍ପରିକ ସମ୍ପର୍କକୁ ସମ୍ମାନ କରୁଛନ୍ତି। ୨ ରାଷ୍ଟ୍ର ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଏକ ସାଧାରଣ ସହଯୋଗ। ଏହା କୌଣସି ତୃତୀୟ ପକ୍ଷକୁ ଟାର୍ଗେଟ୍ କରୁନାହିଁ ବୋଲି ମାଓ ନିଙ୍ଗ ଟିପ୍ପଣୀ ଦେଇଛନ୍ତି।

ଏହି ସମାନ ସମୟରେ ମାଓ କହିଛନ୍ତି, ଭାରତ-ଚୀନ୍ ସମ୍ପର୍କରେ ଉନ୍ନତି ଆସିବା ନେଇ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି। ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବାପାଇଁ ଚୀନ୍ ଆଗ୍ରହୀ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଦିଲ୍ଲୀରେ ଏକ ସେମିନାର୍ରେ ଉତବୋଧନ ଦେଇ ଜେନେରାଲ୍ ସିଂହ କହିଥିଲେ ଯେ ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନକୁ ଚୀନ୍ ସକ୍ରିୟ ସହଯୋଗ ପ୍ରଦାନ କରିଥିଲା ଏବଂ ତୁର୍କୀ ମଧ୍ୟ ଏଥିରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିଲା।












Click it and Unblock the Notifications