ଆମେରିକୀୟ ସାମଗ୍ରୀ ଉପରେ ଚୀନ ଲଗାଇଲା ୩୨% ଅତିରିକ୍ତ ଶୁଳ୍କ
ବିଭିନ୍ନ ରାଷ୍ଟ୍ର ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାରସ୍ପରିକ ଶୁଳ୍କ ଲାଗୁ କରିବା ପରେ ଚୀନ ଏହାର ପାଲଟା ଜବାବ ଦେଇଛି। ଟ୍ରମ୍ପ ଚୀନ ଉପରେ ୩୪% ଅତିରିକ୍ତ ଶୁଳ୍କ ଲାଗୁ କରିଥିଲେ। ପୂର୍ବରୁ ୨୦% ଶୁଳ୍କକୁ ମିଶାଇ ମୋଟ ୫୪% ଶୁଳ୍କ ଲାଗୁ ହୋଇଥିଲା। ଏହାର ଜବାବରେ ଚୀନ ଆମେରିକା ଉପରେ ୩୪% ଶୁଳ୍କ ଲାଗୁ କରିଛି।

ଚୀନ ଅର୍ଥ ମନ୍ତ୍ରଣାଳୟ ଶୁକ୍ରବାର ଘୋଷଣା କରିଛି ଯେ, ଚୀନ ଆମେରିକାର ସମସ୍ତ ଉତ୍ପାଦ ଉପରେ ଅତିରିକ୍ତ ୩୪ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଆସନ୍ତା ୧୦ ତାରିଖରୁ ଏହା ଲାଗୁ ହେବ। ଏହା ସହିତ ଚୀନ ପକ୍ଷରୁ ବିଶ୍ଵ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ଆମେରିକାର ଶୁଳ୍କ ବୃଦ୍ଧି ନିଷ୍ପତ୍ତି ବିରୋଧରେ ଏକ ମାମଲା ରୁଜୁ କରିଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।












Click it and Unblock the Notifications