Get Updates
Get notified of breaking news, exclusive insights, and must-see stories!

ଚିଲି ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ କାଣ୍ଡ, ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

ଚିଲିରେ ଜଙ୍ଗଲ ନିଆଁ । ଦକ୍ଷିଣ ଚିଲି ଜଙ୍ଗଲରେ ଲାଗିଥିବା ନିଆଁ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ନିଆଁ ଲାଗି ଅତି କମରେ ୧୬ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ହଜାର ହଜାର ଲୋକ ନିଜ ଘର ଛାଡ଼ି ପଳାଇବାକୁ ବାଧ୍ୟ ହୋଇଛନ୍ତି। ଜଙ୍ଗଲ ନିଆଁ ଜନବସତି ଆଡକୁ ମାଡିଆସିଛି। ଶହ ଶହ ଘର ଜଳିଯାଇଥିବାର ଭିଡିଓ ସାମ୍ନାକୁ ଆସିଛି ।

Chile forest fires

ଚିଲି ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ରାଜଧାନୀ ସାଣ୍ଟିଆଗୋଠାରୁ ପ୍ରାୟ ୫୦୦ କିଲୋମିଟର ଦକ୍ଷିଣରେ ଅବସ୍ଥିତ ନୁବଲେ ଓ ଓ ବିଓବିଓ ଅଞ୍ଚଳ ବିପଦ ଅବସ୍ଥାରେ ଥିବା ଘୋଷଣା କରିଛନ୍ତି। ଯେଉଁଠାରେ ନିଆଁ ଦୁଇ ଦିନ ପାଇଁ ଜଳି ଚାଲିଛି । ଚିଲି ପ୍ରତିରକ୍ଷା ମନ୍ତ୍ରୀ ଲୁଇସ୍ କୋର୍ଡେରୋ କହିଛନ୍ତି ଯେ ଏହି ଦୁଇ ଅଞ୍ଚଳରେ ଅତି କମରେ ୧୪ଟି ଜଙ୍ଗଲ ନିଆଁରେ ମୃତ୍ୟୁ ସଂଖ୍ୟା ନିଶ୍ଚିତ ହୋଇଛି । ଅଧିକାଂଶ ମୃତ୍ୟୁ ଉପକୂଳବର୍ତ୍ତୀ ସହର ପେଙ୍କୋରେ ଘଟିଛି ବୋଲି ସେଠାରର ମେୟର ରୋଡ୍ରିଗୋ ଭେରା କହିଛନ୍ତି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନୀଶମ ଟିମ୍ ଚେଷ୍ଟା ଜାରି ରହିଛି।

ପ୍ରତି ଗ୍ରୀଷ୍ମ ଋତୁରେ, କେନ୍ଦ୍ରୀୟ ଏବଂ ଦକ୍ଷିଣ ଚିଲିରେ ଜଙ୍ଗଲରେ ନିଆଁ ଲାଗିଥାଏ, ସାଧାରଣତଃ ଫେବୃଆରୀ ମାସରେ ଏହା ଶୀର୍ଷରେ ପହଞ୍ଚିଥାଏ। 2024 ମସିହାରେ, ଚିଲିର କେନ୍ଦ୍ରୀୟ ଉପକୂଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତି କମରେ 130 ଜଣଙ୍କର ମୃତ୍ୟୁ ହୋଇଥିଲା, ଯାହା 2010 ର ବିନାଶକାରୀ ଭୂମିକମ୍ପ ପରେ ଦେଶର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା। ପଡ଼ୋଶୀ ଆର୍ଜେଣ୍ଟିନା ମଧ୍ୟ ସପ୍ତାହେ ଧରି ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବାକୁ ସଂଘର୍ଷ କରୁଛି, ହଜାର ହଜାର ଏକର ଜମି ଜଳି ଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+