ଜନ ଶୁଣାଣି ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ, ଆକ୍ରମଣକାରୀକୁ ଗିରଫ କଲା ପୋଲିସ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ ଉଦ୍ୟମ । ବୁଧବାର ଦିନ ସାପ୍ତାହିକ ଜନଶୁଣାଣି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜନଶୁଣାଣି ସମୟରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ବ୍ୟକ୍ତିଙ୍କୁ ହେପାଜତକୁ ନିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନର ଅଧିକାରୀଙ୍କ କହିବା ଅନୁଯାୟୀ, ଯେତେବେଳେ ମୁଖ୍ୟମନ୍ତ୍ରୀ ଜନଶୁଣାଣି କରୁଥିଲେ, ଜଣେ ବ୍ୟକ୍ତି ତାଙ୍କ ଅଭିଯୋଗ ନେଇ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଥିଲେ । ଦିଲ୍ଲୀ ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର କହିଛନ୍ତି ଯେ, ଜଣେ ବ୍ୟକ୍ତି ଜନଶୁଣାଣି ବାହାନାରେ ମୁଖ୍ୟମନ୍ତ୍ରୀ ଗୁପ୍ତାଙ୍କ ପାଖକୁ ଆସିଥିଲେ। ସେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ କିଛି କାଗଜପତ୍ର ଦେଇଥିଲେ, ତା'ପରେ ଚିତ୍କାର କରିବା ଆରମ୍ଭ କରିଥିଲେ ଏବଂ ତାଙ୍କୁ ଚାପୁଡ଼ା ମାରିଥିଲେ।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବୟସ ୩୫ ବର୍ଷ ବୋଲି କୁହାଯାଉଛି । ଦିଲ୍ଲୀ ବିଜେପି ଏହି ଘଟଣାର ନିନ୍ଦା କରିଛି । ବିଜେପି ନେତା ରମେଶ ବିଧୁରୀ କହିଛନ୍ତି ଯେ, ମୁଁ ଭାବୁଛି ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ କରିବାର ଏହି ପ୍ରୟାସ ଜନଶୁଣାଣିକୁ ପଥଭ୍ରଷ୍ଟ କରିବା ଉଦ୍ଦେଶ୍ୟରେ କରାଯାଇଛି ।
Tusar Samantaray profile image
by
Tusar Samantaray












Click it and Unblock the Notifications