ଆରମ୍ଭ ହେଲା ବିଶ୍ଵ ବାଣିଜ୍ୟ ଯୁଦ୍ଧ! ଆମେରିକା ରାଷ୍ଟ୍ରପତିଙ୍କୁ ଜବାବ ଦେଲା ଚୀନ୍

ଚୀନ୍, ମେକ୍‌ସିକୋ ଏବଂ କାନାଡାର ଆମଦାନୀ ଉପରେ ଆମେରିକାର ଶୁଳ୍କ ଆଜିଠାରୁ ଲାଗୁ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା ଓ ମେକ୍ସିକୋ ଉପରେ ୨୫ ପ୍ରତିଶତ ଏବଂ ଚୀନ୍ ଉପରେ ୨୦ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲେ । ଅନ୍ୟପକ୍ଷରେ କାନାଡା କହିଛି ଯେ, ୧୫୦ ବିଲିୟନ୍ ଡଲାର ମୂଲ୍ୟର ଆମେରିକୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଯିବ । ଚୀନ୍ ମଧ୍ୟ ଆମେରିକାର କୃଷି ଆମ ଆମଦାନୀ ଉପରେ ର ୧୦ ରୁ ୧୫ ପ୍ରତିଶତ ଶୁଳ୍କ ଘୋଷଣା କରିବା ସହ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ମେକ୍ସିକୋ ମଧ୍ୟ ପଦକ୍ଷେପ ନେବାକୁ ଚିନ୍ତା କରୁଛି ।

trump xiping

ଆମେରିକା ରାଷ୍ଟ୍ରପତି କହିଛନ୍ତି, ଆମଦାନୀ ଟିକସ ବୃଦ୍ଧି ହେବା ଫଳରେ କାନାଡା ଓ ମେକ୍ସିକୋକୁ ବେଆଇନ ନିଶାଦ୍ରବ୍ୟ ଏବଂ ପ୍ରବାସୀମାନଙ୍କୁ ରୋକିବା ପାଇଁ ପଦକ୍ଷେପ ନେବାକୁ ବାଧ୍ୟ କରିବ । ଅନ୍ୟପକ୍ଷରେ ଏଭଳି ଶୁଳ୍କ ନେଇ ଏକପ୍ରକାର ବାଣିଜ୍ୟିକ ଯୁଦ୍ଧର ସମ୍ଭାବନା ଥୁବାରୁ ଆମେରିକୀୟ ଉପଭୋକ୍ତାମାନେ ଦୈନନ୍ଦିନ ଆବଶ୍ୟକତା ସମେତ ଇଲେକ୍‌ଟ୍ରୋନିକ୍ସ ଓ ଅଟୋ ମୋବାଇଲ୍ ଉତ୍ପାଦ ପାଇଁ ଅଧିକ ବ୍ୟୟ ଭାର ବହନ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+