ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା ମାମଲା ;FBI କଲା ବଡ଼ ଖୁଲାସା
ଚାଲି କିର୍କଙ୍କୁ ଏକ ଉଚ୍ଚ-ଶକ୍ତିଶାଳୀ ରାଇଫଲ ସାହାଯ୍ୟରେ ଗୁଳି କରାଯାଇଥିଲା।ଯାହାକୁ ଉଦ୍ଧାର କରାଯାଇଛି।ବୁଧବାର ଉଟାହ ଓରେମରେ ଥିବା ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୩୧ ବର୍ଷର ଚାର୍ଲିଙ୍କ ବେକରେ ଗୁଳି ବାଜିଥିଲା। ବିଶ୍ୱବିଦ୍ୟାଳୟରେ ଏକ ବିଶାଳ ସମାବେଶରେ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ତାଙ୍କ ଉପରକୁ ହୋଇଥିଲା ଫାୟାରିଂ।

ହତ୍ୟାକାରୀଙ୍କୁ ଗିରଫ କରିବା ପରେ, ଆମେରିକାର ଫେଡେରାଲ ତଦନ୍ତ ଏଜେନ୍ସି (ଏଫବିଆଇ) ଅନେକ ବଡ଼ ଖୁଲାସା କରିଛି। ଏଜେନ୍ସି ଅନୁଯାୟୀ, ଚାର୍ଲିଙ୍କୁ ଗୁଳି କରିଥିବା ଆକ୍ରମଣକାରୀ ୨୨ ବର୍ଷୀୟ ଟାଇଲର ରବିନସନ ଜଣେ ଟ୍ରାନ୍ସଜେଣ୍ଡର ରୁମମେଟ୍ ସହିତ ରହୁଥିଲେ। ତାଙ୍କ ରୁମମେଟ୍ ଏବେ ତଦନ୍ତରେ ଏଫବିଆଇ ସହିତ ସହଯୋଗ କରୁଛନ୍ତି। ବୁଧବାର ଦିନ ଆମେରିକାର ରକ୍ଷଣଶୀଳ କର୍ମୀ ଚାର୍ଲି କିର୍କଙ୍କୁ ତାଙ୍କ କଲେଜ ଟୁର୍ "ଆମେରିକୀୟ କମବ୍ୟାକ୍" ସମୟରେ ଟ୍ରାନ୍ସଜେଣ୍ଡରଙ୍କ ଦ୍ୱାରା ହୋଇଥିବା ଗଣହତ୍ୟା ବିଷୟରେ ଜଣେ ଦର୍ଶକ ତାଙ୍କୁ ପ୍ରଶ୍ନ ପଚାରିବାରୁ ତାଙ୍କୁ ଗୁଳି କରାଯାଇଥିଲା। ଶନିବାର ଦିନ, ଆଇନ ପ୍ରବର୍ତ୍ତନ ସୂତ୍ରଗୁଡ଼ିକ ନିଶ୍ଚିତ କରିଥିଲେ ଯେ ହତ୍ୟାକାରୀ ଟାଇଲର୍ ରବିନସନ୍ ଲାନ୍ସ ଟ୍ୱିଗ୍ସ (୨୨) ନାମକ ଜଣେ ଟ୍ରାନ୍ସଜେଣ୍ଡର ସାଥୀଙ୍କ ସହିତ ରହୁଥିଲେ। ସେ ମହିଳାତ୍ୱକୁ ପରିବର୍ତ୍ତନ ପ୍ରକ୍ରିୟାରେ ଥିଲେ ଏବଂ ବର୍ତ୍ତମାନ ଏଫବିଆଇ ତଦନ୍ତରେ ପୂର୍ଣ୍ଣ ସହଯୋଗ କରୁଛନ୍ତି।
ଚାର୍ଲି କିର୍କ LGBTQ+ ଏଜେଣ୍ଡା ଏବଂ ଲିଙ୍ଗ ପରିବର୍ତ୍ତନର ଦୃଢ଼ ବିରୋଧ କରୁଥିଲେ। ତେବେ ପ୍ରଶ୍ନ ହେଉଛି, ଏହି କାରଣରୁ ସେ ଲାନ୍ସ ଟ୍ୱିଗସ୍ଙ୍କ ରୁମମେଟ୍ ରବିନସନ୍ଙ୍କ ଟାର୍ଗେଟରେ ଆସିଥିଲେ, ଯିଏ ଲିଙ୍ଗ ପରିବର୍ତ୍ତନ ଚାହୁଁଥିଲେ? ସାର୍ବଜନୀନ ରେକର୍ଡ ଅନୁଯାୟୀ, ଟ୍ୱିଗସ୍ ଏବଂ ରବିନସନ୍ ସମାନ ଠିକଣାରେ ରହୁଥିଲେ।
ଟ୍ୱିଗସ୍ଙ୍କ ଜଣେ ସମ୍ପର୍କୀୟ ନ୍ୟୁୟର୍କ ପୋଷ୍ଟ ସହିତ କଥାବାର୍ତ୍ତାରେ ତାଙ୍କର ରୁମମେଟ୍ ହେବା ନିଶ୍ଚିତ କରିଥିଲେ। ସେ ଟ୍ୱିଗସ୍ଙ୍କୁ ତାଙ୍କ ପରିବାର ଉପରେ ଏକ "କଳା ଦାଗ" ବୋଲି ମଧ୍ୟ କହିଥିଲେ। କର୍ତ୍ତୃପକ୍ଷ କହିଛନ୍ତି ଯେ ଟ୍ୱିଗସ୍ ଙ୍କ ସହଯୋଗ ତଦନ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇଛି। ଏଫବିଆଇକୁ ଦିଆଯାଇଥିବା ଟେକ୍ସଟ୍ ମେସେଜ୍ ଏବଂ ଅନ୍ୟାନ୍ୟ ଯୋଗାଯୋଗରେ ଘଟଣାସ୍ଥଳରୁ ମିଳିଥିବା ଗୁଳି ଖୋଳଗୁଡ଼ିକର ଉଲ୍ଲେଖ ଏବଂ "ଡ୍ରପ୍ ପଏଣ୍ଟ"ରୁ ଏକ ରାଇଫଲ୍ ଉଠାଇବା ପାଇଁ ନିର୍ଦ୍ଦେଶ ଅନ୍ତର୍ଭୁକ୍ତ ଥିଲା।












Click it and Unblock the Notifications