ଫେୟାରୱେଲ୍ ସ୍ପିଚ୍ ପରେ କାହିଁକି ହାତରେ ଚୌକି ଧରି ପଳାଇଲେ ଟ୍ରୁଡୋ, କହିଲେ.....
କାନାଡାକୁ ମିଳିଛନ୍ତି ନୂଆ ପ୍ରଧାନମନ୍ତ୍ରୀ ମାର୍କ କାର୍ନି । ଏବେ ସେ ଜଷ୍ଟିସ ଟ୍ରୁଡୋଙ୍କ ସ୍ଥାନ ନେବେ । ସୋମବାର ମାର୍କ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଭେଟିଥିଲେ । କାର୍ନି ପାର୍ଲାମେଣ୍ଟ ହିଲ୍ରେ ମିଡିଆକୁ କହିଥିଲେ ବୈଠକ ବହୁତ ଲମ୍ୱା ଥିଲା । ସେ ବି କାନାଡା-ଆମେରିକା ସମ୍ୱନ୍ଧ ଏବଂ ରାଷ୍ଟ୍ରୀୟ ସୁରକ୍ଷାର ଅନ୍ୟ ମାମଲା ଉପରେ ଚର୍ଚ୍ଚା କରିଥିଲେ । ତେବେ ଏହାରି ଭିତରେ ନଜର ଆସିଛି ମଜ୍ଜାଳିଆ ଫଟୋ ଭାଇରାଲ ହେଉଛି । ଭାଇରାଲ ଫଟୋରେ ଟ୍ରୁଡୋ ନଜର ଆସିଛନ୍ତି । ଟ୍ରୁଡୋ ସାଙ୍ଗରେ ଗୋଟିଏ ଚେୟାର ଧରି ଯାଉଛନ୍ତି ।

ଜଷ୍ଟିନ୍ ଟ୍ରୁଡୋ ଆନୁଷ୍ଠାନିକ ଭାବରେ ହାଉସ୍ ଅଫ୍ କମନ୍ସରେ ଇସ୍ତଫା ପ୍ରଦାନ କରିବା ପରେ ଦେଶର ପ୍ରଧାନମନ୍ତ୍ରୀ ଏବଂ କାନାଡୀୟ ସଂସଦର ସଦସ୍ୟ ଭାବରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା। ଏହା ପରେ ଟ୍ରୁଡୋଙ୍କୁ ଆନୁଷ୍ଠାନିକ ଭାବରେ ବିଦାୟ ଦିଆଯାଇଥିଲା। ବିଦାୟୀ ଭାଷଣ ପରେ ଜଷ୍ଟିନ୍ ଟ୍ରୁଡୋଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଜଷ୍ଟିନ୍ ଟ୍ରୁଡୋ ଏକ ଚୌକି ଉଠାଇ ହାଉସ୍ ଅଫ୍ କମନ୍ସ ଛାଡ଼ି ଯାଉଥିବା ବେଳେ କ୍ୟାମେରାକୁ ଜିଭ ଦେଖାଉ ଥିବା ଦେଖିବାକୁ ମିଳୁଛି।












Click it and Unblock the Notifications