‘ସ୍ୱପ୍ନ କେବଳ ସ୍ୱପ୍ନରେ ରହିଯିବ'

ଗତକାଲି ଷ୍ଟେଜ ଉପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ। ଗତକାଲି ସେ ଜମ୍ମୁ-କଶ୍ମୀରର କଠୁଆରେ ଆୟୋଜିତ ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ ଅସୁସ୍ଥତା ସତ୍ତ୍ୱେ ସେ ନିଜର ଭାଷଣ ଶେଷ କରିବା ସହ ବିଜେପିକୁ ସମାଲୋଚନା କରିବାକୁ ପଛାଇ ନାଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାରୁ ହଟିବା ଯାଏ ମୁଁ ବଞ୍ଚି ରହିବି ବୋଲି ଖଡଗେ କହିଥିଲେ । ଆଉ ବର୍ତ୍ତମାନ ଖଡଗେଙ୍କ ଏହି ମନ୍ତବ୍ୟକୂୁ ନେଇ ପ୍ରବଳ ବିରୋଧ କରୁଛନ୍ତି ବିଜେପି ନେତା ।

ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ନେତାଙ୍କ ଉପରେ ଖୁବ ବର୍ଷିଛନ୍ତି। ସୋମବାର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବେଗୁସରାଇରେ ଗିରିରାଜ ସିଂ କହିଛନ୍ତି ଲାଗୁଛି ଯେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଅଛନ୍ତି , ସେଥିପାଇଁ ସେ ବେପରୁଆ ବିବୃତ୍ତି ଦେଉଛନ୍ତି ।

ମୁଁ ମଲ୍ଲିକାର୍ଜୁନ ଖଡ଼ଗେ ସାହେବଙ୍କୁ କହିବାକୁ ଚାହେଁ ଯେ ନରେନ୍ଦ୍ର ମୋଦି ୧୦୦ ବର୍ଷ ବଞ୍ଚିବେ ଏବଂ ସେତେବେଳକୁ ରାହୁଲ ଗାନ୍ଧୀ ବୃଦ୍ଧ ହୋଇଯିବେ। ନରେନ୍ଦ୍ର ମୋଦି ଲୋକଙ୍କ ହୃଦୟ ସହିତ ସଂଯୁକ୍ତ ଏବଂ ଜନସାଧାରଣ ମଧ୍ୟ ତାଙ୍କୁ ସମସ୍ତ ହୃଦୟ ସହିତ ଭଲ ପାଆନ୍ତି, ତେଣୁ ଲାଗୁଛି ଯେ ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସ୍ୱପ୍ନ କେବଳ ଏକ ସ୍ୱପ୍ନ ହୋଇ ରହିବ ବୋଲି କହି ତାଙ୍କ କଟାକ୍ଷ କରିଛନ୍ତି ଗିରିରାଜ ।

central minister giriraj singh

ଅନ୍ୟପଟେ ଖଡ଼ଗେଙ୍କ ଏହି ମନ୍ତବ୍ୟ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ଟ୍ୱିର୍ଟ ପୋଷ୍ଟ୍ କରି ଲେଖିଛନ୍ତି, ''କଂଗ୍ରେସ ସଭାପତି ମଲ୍ଳିକାର୍ଜୁନ ଖର୍ଗେଜୀ ଗତକାଲି ନିଜ ଭାଷଣରେ ନିଜ ଦଳ ଓ ଦଳର ନେତାମାନଙ୍କୁ ଲଜ୍ଜିତ କରିଛନ୍ତି। ସେ ଅଯଥାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସହ ଯୋଡ଼ିକରି କହିଛନ୍ତି।

ଏଥିରୁ ଜଣାପଡୁଛି ଯେ କଂଗ୍ରେସ ମୋଦୀଙ୍କ ପ୍ରତି କେତେ ଭୟ ଓ ଘୃଣା ରହିଛି। ଯାହାଫଳରେ ସେ ସର୍ବଦା ମୋଦୀଙ୍କ ବିଷୟରେ ହିଁ ଭାବୁଛନ୍ତି। ଖର୍ଗେଜୀଙ୍କ ସ୍ୱାସ୍ଥ୍ୟ ପାଇଁ ମୋଦୀଜୀ ପ୍ରାର୍ଥନା କରନ୍ତି, ମୁଁ ପ୍ରାର୍ଥନା କରେ ଓ ଆମେ ସସ୍ତେ ପ୍ରାର୍ଥନା କରୁଛୁ ଯେ ସେ ଦୀର୍ଘ ଦିନ ବଞ୍ଚିରୁହନ୍ତୁ। ୨୦୪୭ରେ ବିକଶିତ ଭାରତକୁ ଦେଖିବା ପାଇଁ ବଞ୍ଚିରୁହନ୍ତୁ।''

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+