ବିରାଟ, ସଚିନଙ୍କ ସମେତ ଏହି ସବୁ ସେଲିବ୍ରେଟିଙ୍କ ଟ୍ୱିଟର ଆକାଉଣ୍ଟକୁ ଫେରିଲା ବ୍ଲୁ-ଟିକ୍
ମୁମ୍ବାଇ: ଗତ ଗୁରୁବାର ଦିନ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଏହାର ବ୍ଲୁ ଟିକ୍ ସବସ୍କ୍ରିପସନ ନିୟମ ଲାଗୁ କରିଥିଲା । ଯାହା ଫଳରେ ଅନେକ ଅନପେଡ ସେଲିବ୍ରେଟିଙ୍କ ଆକାଉଣ୍ଟରୁ ଟ୍ୱିଟର ବ୍ଲୁ ଟିକ୍ ହଟି ଯାଇଥିଲା ।
ଟ୍ୱିଟର ଏହାର ଘୋଷଣାରେ କହିଛି ଯେ ଯାଞ୍ଚ ହୋଇଥିବା ଆକାଉଣ୍ଟରୁ ଫ୍ରୀ ବ୍ଲ୍ୟୁ ଟିକ୍ ହଟାଇ ଦିଆଯାଇଛି । ଏଲନ୍ ମସ୍କଙ୍କ ମାଲିକାନାରେ ଥିବା ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଶାହାରୁଖ ଖାନ, ଆଲିଆ ଭଟ୍ଟଙ୍କ ପରି ଅନେକ ବଲିଉଡ ତାରକା ମଧ୍ୟ ବ୍ଲୁ ଟିକ୍ ହରାଇଛନ୍ତି । ସେହିପରି ରାଜନେତା ଯୋଗୀ ଆଦିତ୍ୟନାଥ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସହ କ୍ରିକେଟର୍ ବିରାଟ କୋହଲି, ରୋହିତ ଶର୍ମା ମଧ୍ୟ ଟ୍ୱିଟରର ଏହି ସୁବିଧାରୁ ବାଦ ପଡିଛନ୍ତି । ଅନପେଡ୍ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବା ନେଇ ଏଲୋନ୍ ମସ୍କ ପୂର୍ବରୁ ଘୋଷଣା କରିଥିଲେ ।

ହେଲେ ଏବେ କିଛି ସେଲିବ୍ରିଟିଙ୍କ ଆକାଉଣ୍ଟକୁ ପୁଣି ଫେରିଛି ବ୍ଲୁ-ଟିକ୍ । ଗଡ ଅଫ୍ କ୍ରିକେଟ ସଚିନ ତେନ୍ଦୁଲକର ଓ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଆକାଉଣ୍ଟରେ ଏବେ ପୂର୍ବଭଳି ବ୍ଲୁ-ଟିକ୍ ମାର୍କ ରହିଥିବା ଦେଖିବାକୁ ମିଳିଛି । ସେହିଭଳି ଶାହାରୁଖ ଖାନଙ୍କ ଆକାଉଣ୍ଟରେ ମଧ୍ୟ ବ୍ଲୁ-ଟିକ୍ ପୁଣି ଫେରିଛି । ହେଲେ ଏହି ସେଲିବ୍ରିଟିମାନେ ବ୍ଲୁ-ଟିକ୍ ସବସ୍କ୍ରାଇବ୍ କରିଛନ୍ତି, ନା କମ୍ପାନୀ ତାଙ୍କ ଅଭିଯୋଗ ପରେ ବ୍ଲୁ-ଟିକ୍ ଫେରାଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ତେବେ ଜାମ୍ମୁ କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ଆକାଉଣ୍ଟକୁ ଟ୍ୱିଟର ବ୍ଲୁ-ଟିକ୍ ଫେରିଛି । ତାଙ୍କ କହିବା ମୁତାବକ ସେ ଏଥିପାଇଁ କୌଣସି ଟଙ୍କା ଦେଇ ନାହାଁନ୍ତି । ଅନ୍ୟପଟେ ନୋବେଲ ପୁରସ୍କାର ବିଜୟୀ ମଲାଲା ୟୁସୁଫଜଇ ମଧ୍ୟ ଟ୍ୱିଟର ବ୍ଲୁ-ଟିକ୍ ମିଳିବା ନେଇ ଖୁସି ଜାହିର କରିଛନ୍ତି । ତେଣୁ ପୁଣିଥରେ କମ୍ପାନୀ ବଡ ବଡ ସେଲିବ୍ରିଟିଙ୍କୁ ବ୍ଲୁ-ଟିକ୍ ଫେରାଇଥିବା ଚର୍ଚ୍ଚା ହେଉଛି ।
ସେହିପରି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ବର୍ତ୍ତମାନ ବ୍ଲୁ ଟିକ ଫେରିଆସିଛି । ହେଲେ ଏପରି ଲାଗୁଛି ଯେ, ସେ ଏଥିପାଇଁ ଟ୍ୱିଟର ବ୍ଲୁ ସବସ୍କ୍ରିପସନ ନେଇ ନାହାନ୍ତି । ଏହା ଆସିବା ପରେ ପ୍ରିୟଙ୍କା ଚୋପ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ' ମୋତେ ଏ ସବୁ ଜଣା ନଥିଲା ହେଲେ ମୋର ବ୍ଲୁ ଟିକ ମନକୁ ଆସିଯାଇଛି । ମୁଁ ବର୍ତ୍ତମାନ ପୁନଶ୍ଚ ପ୍ରିୟଙ୍କା ହୋଇଯାଇଛି ।' ସୁପରଷ୍ଟାର ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ମଧ୍ୟ ବ୍ଲୁ ଟିକ ଆସିଯାଇଛି ।
ସୂଚନାଥାଉ କି, ଟ୍ୱିଟର ପ୍ରଥମେ ଆମେରିକା, କାନାଡା, ବ୍ରିଟେନ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଦେୟଯୁକ୍ତ ବ୍ଲୁ ଟିକ୍ ସେବା ଆରମ୍ଭ କରିଥିଲା । ଏହା ପରେ ଭାରତର ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।
ଭାରତରେ ବ୍ଲୁ ସବ୍ସ୍କ୍ରିପସନର ମୂଲ୍ୟ ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ପାଇଁ ମାସକୁ ୯୦୦ ଟଙ୍କା ରହିଛି । ସେହିପରି ଟ୍ୱିଟର୍ ୱେବସାଇଟରେ ମୂଲ୍ୟ ମାସକୁ ୬୫୦ ଟଙ୍କା ରହିଛି । ୟୁଜରମାନେ ଏହାର ବାର୍ଷିକ ସଦସ୍ୟତା ମଧ୍ୟ ନେଇ ପାରିବେ । ବାର୍ଷିକ ଏହାର ମୂଲ୍ୟ ଟିକେ ଶସ୍ତା ହୋଇଥାଏ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications