ଥାଇଲ୍ୟାଣ୍ଡ ଓ କାମ୍ବୋଡ଼ିଆ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ସ୍ୱାକ୍ଷରିତ

ଥାଇଲ୍ୟାଣ୍ଡ ଓ କାମ୍ବୋଡ଼ିଆ ସେମାନଙ୍କର ବିବାଦୀୟ ସୀମାରେ ଯୁଦ୍ଧ ବିରତି ନେଇ ସହମତ ହୋଇଛନ୍ତି। ଥାଇଲ୍ୟାଣ୍ଡର ଚାନ୍‍ଥାବରୀ ପ୍ରଦେଶର ଏକ ସୀମାବର୍ତ୍ତୀ ଚେକ୍‍ ପଏଣ୍ଟ୍‍ରେ ଉଭୟ ଦେଶ ଯୁଦ୍ଧବିରତି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଥାଇଲ୍ୟାଣ୍ଡର ପ୍ରତିରକ୍ଷାମନ୍ତ୍ରୀ ନାଥାପୋଲ୍‍ ନାକ୍‍ପାଲିଚ ଏବଂ କାମ୍ବୋଡ଼ିଆର ଉପ-ପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଟି.ସେୟିହା ଏହି ଚୁକ୍ତିନାମାରେ ଦସ୍ତଖତ କରିଛନ୍ତି । ଉଭୟପକ୍ଷ ସେମାନଙ୍କର ସୀମା କମିଟିର ଏକ ସ୍ୱତନ୍ତ୍ର ବୈଠକ ଅବସରରେ ମିଳିତ ବିବୃତିରେ ଏହା ଘୋଷଣା କରିଛନ୍ତି ।

war

ଗତ ଜୁଲାଇମାସରେ ଯୁଦ୍ଧବିରତି ଉଲ୍ଲଂଘନ ହେବା ପରେ ଚଳିତମାସ ଆରମ୍ଭରେ ଦୁଇଦେଶ ମଧ୍ୟରେ ସଂଘର୍ଷ ଅଧିକ ତୀବ୍ର ହୋଇଥିଲା । ଉଭୟ ଦେଶର ସୀମାନ୍ତ ଅନ୍ତର୍ଗତ ଡାଙ୍ଗରେକ୍‍ ପର୍ବତମାଳା ନିକଟରେ ଦୁଇଦେଶ ମଧ୍ୟରେ ସଂଘର୍ଷ ହେବା ସହ ପ୍ରିଆହଭିହେ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏହା ବେଶୀ କେନ୍ଦ୍ରୀଭୂତ ହୋଇଥିଲା ।

ଏହି ମନ୍ଦିର କାମ୍ବୋଡ଼ିଆର ଏବଂ ଆଖପାଖ ଜମି ଦାବି ନେଇ ସମାଧାନ ହୋଇ ନଥିବା ପ୍ରସଙ୍ଗ ୧୯୬୨ ମସିହାରେ ଆନ୍ତର୍ଜାତିକ ନ୍ୟାୟାଳୟ ପ୍ରଦାନ କରିଥିବା ରାୟରେ ଉଲ୍ଲେଖ ରହିଛି । ଏହି ସଂଘର୍ଷ ଯୋଗୁଁ ଉଭୟ ଦେଶର ସୀମାବର୍ତ୍ତୀ ଅଞ୍ଚଳର ବହୁ ନାଗରିକ ବିସ୍ଥାପିତ ହୋଇଛନ୍ତି । ସେହିଅଞ୍ଚଳରେ ସ୍ଥିରତା ବଜାୟ ରଖିବା ସହ ସଂଯମତା ଆଚରଣ ଏବଂ ଆଲୋଚନା ମାଧ୍ୟମରେ ସମାଧାନ ଉପରେ ଆସିଆନ୍‍ ରାଷ୍ଟ୍ର ଗୋଷ୍ଠୀ ପରାମର୍ଶ ଦେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+