ଆୟର୍ଲାଣ୍ଡ ରାଷ୍ଟ୍ରପତି ହେଲେ କାଥେରିନ୍‌ କନୋଲି

ଆୟର୍ଲାଣ୍ଡରେ ଅନୁଷ୍ଠିତ ନିର୍ବାଚନରେ କାଥେରିନ୍‌ କନୋଲି ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। କନୋଲିଙ୍କ ସପକ୍ଷରେ ୬୦ ପ୍ରତିଶତ ଭୋଟ ଯାଇଥିବା ଜଣାପଡ଼ିଛି। ବିରୋଧୀ ପ୍ରାର୍ଥୀ ପରାଜୟ ସ୍ବୀକାର କରିନେଇଛନ୍ତିି। ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ବାମପନ୍ଥୀ ରାଜନୈତିକ ବିଚାରଧାରାକୁ ସମର୍ଥନ କରୁଥିବା ସ୍ବାଧୀନ ପ୍ରାର୍ଥୀ କନୋଲିଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହାନ୍ତି ବୋଲି ସେଣ୍ଟର-ରାଇଟ୍‌ ପାର୍ଟି ପ୍ରାର୍ଥୀ ହିଥର ହମ୍ଫ୍ରେସ୍‌ ଗଣମାଧ୍ୟମକୁ କହିଛନ୍ତି। ୬୮ ବର୍ଷୀୟା କନୋଲିଙ୍କ ପ୍ରତି ଭୋଟରମାନଙ୍କ ଦୃଢ଼ ସମର୍ଥନ ରହିଥିବା ନିର୍ବାଚନରୁ ପ୍ରମାଣିତ ହୋଇଛି।

Catherine Connolly

ପୂର୍ବତନ ବାରିଷ୍ଟର ତଥା ୨୦୧୬ରୁ ସ୍ବାଧୀନ ସାଂସଦ ରହିଥିବା କନୋଲିଙ୍କୁ ସିନ୍‌ ଫେଇନ୍‌ ସମେତ ବାମପନ୍ଥୀ ଦଳ, ଲେବର ପାର୍ଟି ଓ ସୋସିଆଲ ଡେମୋକ୍ରାଟ୍ସ ସମର୍ଥନ ଜଣାଇଥିଲେ। ପ୍ରଥମ ଦିନରୁ ତାଙ୍କର ସମାବେଶୀ, ସମାନତା ଓ ସାମାଜିକ ନ୍ୟାୟ ବାର୍ତ୍ତା ଆୟର୍ଲାଣ୍ଡର ଭୋଟରଙ୍କ ମଧ୍ୟରେ ଗୁଞ୍ଜରିତ ହୋଇଥିଲା ବୋଲି ସୋସିଆଲ ଡେମୋକ୍ରାଟ୍ସ ନେତା ହୋଲି କେଇର୍ନସ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+