ନେପାଳରେ ଭୟଙ୍କର ରୂପ ନେଉଛି ହିଂସା, ଜାଣନ୍ତୁ କାହିଁକି?

ରାଜତନ୍ତ୍ରର ପୁନରୁଦ୍ଧାର ଓ ନେପାଳର ହିନ୍ଦୁରାଷ୍ଟ୍ର ମାନ୍ୟତା ଫେରାଇ ଆଣିବା ଦାବିରେ ଶୁକ୍ରବାର କାଠମାଣ୍ଡୁରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ସମୟରେ ସୁରକ୍ଷା ବାହିନୀ ଓ ରାଜତନ୍ତ୍ର ସମର୍ଥକ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ସହରରେ ସୁରକ୍ଷା ବାହିନୀ ଦ୍ୱାରା ଲଗାଯାଇଥିବା ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସ୍ ଓ ପାଣି ମାଡ଼ କରିବାରୁ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

ହିଂସାକୁ ରୋକିବା ପାଇଁ କାଠମାଣ୍ଡୁରେ ଶତାଧିକ ଦଙ୍ଗାନିରୋଧୀ ପୁଲିସ ମୁତୟନ ହୋଇଥିଲେ। ଦୁଇଟି ବିରୋଧୀ ଗୋଷ୍ଠୀ - ରାଜତନ୍ତ୍ର ସମର୍ଥକ ଏବଂ ରିପବ୍ଲିକାନମାନେ ସହରର ପୂର୍ବ ଭାଗରେ, ତିନକୁନେ ନିକଟରେ ଏବଂ ଭୃକୁଟିମଣ୍ଡପସ୍ଥିତ ସହର କେନ୍ଦ୍ରରେ ଏକକାଳୀନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉତ୍ତେଜନା ବଢ଼ୁଥିବାରୁ କର୍ତ୍ତୃପକ୍ଷ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗୁ କରିଥିଲେ। ନିଷିଦ୍ଧ ଅଞ୍ଚଳ ନ୍ୟୁ ବନେଶ୍ୱର ଅଭିମୁଖେ ଯାତ୍ରା କରିବାକୁ ଚେଷ୍ଟା କରୁଥିବା ବେଳେ କଟକଣା ଉଲ୍ଲଂଘନ କରିଥିବାରୁ ଅନେକ ଯୁବକଙ୍କୁ ପୁଲିସ ଅଟକ ରଖିଥିଲା।

NEPAL

ତିନକୁନେରେ ହଜାର ହଜାର ରାଜତନ୍ତ୍ର ସମର୍ଥକ ଏକତ୍ରିତ ହୋଇ 'ରାଜା ଆଓ ଦେଶ ବଚାଓ' (ରାଜା ଆସନ୍ତୁ, ଦେଶ ବଞ୍ଚାନ୍ତୁ), 'ଦୁର୍ନୀତିଗ୍ରସ୍ତ ସରକାର ମୁର୍ଦ୍ଦାବାଦ' ଏବଂ 'ଆମେ ରାଜତନ୍ତ୍ରକୁ ଫେରାଇ ଆଣିବାକୁ ଚାହୁଛୁ' ଭଳି ସ୍ଲୋଗାନ ଦେଇଥିଲେ। ରାଜତନ୍ତ୍ର ଫେରାଇ ଆଣିବା ଦାବିରେ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ସମେତ ଅନ୍ୟାନ୍ୟ ଗୋଷ୍ଠୀ ବିକ୍ଷୋଭରେ ସାମିଲ ହୋଇଥିଲେ। ଗଣତନ୍ତ୍ର ଦିବସ (ଫେବ୍ରୁଆରି ୧୯)ରେ ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହ ଏକ ଭିଡିଓ ବାର୍ତ୍ତା ଜାରି କରି ସମର୍ଥନ ପାଇଁ ନିବେଦନ କରିବା ପରେ ରାଜତନ୍ତ୍ରର ପୁନରୁଦ୍ଧାର ପାଇଁ ସମର୍ଥକମାନେ ଦାବି କରି ଆସୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+