ମଝି ସମୁଦ୍ରରେ ବୁଡିଗଲା ୩ହଜାର ଯାନବାହନ ବୋଝେଇ ମାଲବାହୀ ଜାହାଜ
ଉତ୍ତର ପ୍ରଶାନ୍ତ ମହାସାଗରରେ ଭୟାବହ ଅଗ୍ନିକାଣ୍ଡ ପରେ ବୁଡ଼ିଗଲା ପଣ୍ୟବାହୀ ଜାହାଜ । ଆଲସ୍କାରେ ଅନ୍ତର୍ଜାତୀୟ ଜଳରାଶିରେ ବୁଡ଼ିଗଲା କାର୍ଗୋ ସିପ ମର୍ଣ୍ଣିଂ ମିଡାସ । ଏହି କାର୍ଗୋ ସିପରେ ଥିଲା ୩ହଜାର ନୂଆ କାର । ସେଥିମଧ୍ୟରୁ ୮ଶହଟି ଇଭି କାର ଥିଲା ।ମେକ୍ସିକୋର ପ୍ରମୁଖ ପୋର୍ଟ ଅଭିମୁଖେ ଜାହାଜଟି ଯାଉଥିଲା । ଜୁନ ୩ରେ ଜାହାଜରେ ହଠାତ ନିଆଁ ଲାଗିଯାଇଥିଲା । ଏହି ସମୟରେ ଜାହାଜଟି ଆଲାସ୍କା ଉପକୂଳରୁ ୩ଶହ ମାଇଲ ଦୂରରେ ଥଲା ।
ଜାହାଜରେ ୨୨ ଜଣ କ୍ରିଉ ମେମ୍ବର ଥିଲେ । ଏନେଇ ଆଲର୍ଟ ମିଳିବା ପରେ ଆମେରିକା କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ହୁ ହୁ ହୋଇ ଜଳୁଥିଲା ଜାହାଜ । ହେଲେ ଦୀର୍ଘଦିନ ପରେ ମଧ୍ୟ ଜାହାଜରେ ନିଆଁକୁ ଆୟତ୍ତ କରାଯାଇପାରିନଥିଲା । ଫଳରେ ଲଣ୍ଡନ ଭିତ୍ତିକ ଜୋଡିଆକ ମେରିଟାଇମ କଂପାନୀର କାର୍ଗୋ ସିପ ମର୍ଣ୍ଣିଂ ମିଡାସରେ ପାଣି ପଶିବା ସହ ସମୁଦ୍ରରେ ବୁଡ଼ି ଯାଇଥିଲା ।

ତେବେ ଏହାପୂର୍ବରୁ ସମସ୍ତ କ୍ରିଉ ମେମ୍ବରକୁ ମର୍ଚ୍ଚାଣ୍ଟ ମେରାଇନ ଜାହାଜରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଉପକୂଳରୁ ପ୍ରାୟ ୪୧୫ ମାଇଲ ଦୂରରେ ୧୬,୪୦୪ ହଜାର ୪୦୪ ଫୁଟ ଗଭୀରରେ ମର୍ଣ୍ଣିଂ ମିଡାସଟି ବୁଡ଼ିଯାଇଛି । ଜାହାଜରେ ଥିବା ୭୦ଟି ଇଲେକ୍ଟ୍ରିକ ଓ ୬୮୦ ଟି ହାଇବ୍ରିଡ ଯାନ ଥିବା ବେଳେ ଏହାକୁ ଉଦ୍ଧାର କରାଯାଇପାରିନାହିଁ । ଜାହାଜଟି ୬୦୦ ଫୁଟ ରହିଥିଲା । ୨୦୦୬ରେ ନିର୍ମିତ ଲାଇବେରିଆନ ଧ୍ବଜ ଥିବା ଜାହାଜଟି ୨୬ ମଇରେ ଚୀନରୁ ମେକ୍ସିକୋ ପାଇଁ ବାହାରିଥିଲା ।












Click it and Unblock the Notifications