ହମାସକୁ ଚେତାବନୀ ଦେଲେ ଟ୍ରମ୍ପ, ପୁଣି ହେବ କି ଯୁଦ୍ଧ?
ଗାଜା ଅସ୍ତ୍ରବିରତି ଅନ୍ତର୍ଗତ ଇସ୍ରାଏଲ ସହିତ ବନ୍ଧକ ବିନିମୟକୁ ହମାସ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। ହମାସ ବନ୍ଧକଙ୍କ ମୁକ୍ତିକୁ ସ୍ଥଗିତ ରଖିବା ଉପରେ ଇସ୍ରାଏଲ ଏବଂ ଆମେରିକା ଅସନ୍ତୋଷ ପ୍ରକାଶ କରିଛନ୍ତି। ହମାସ କହିଛି ଯେ, ଇସ୍ରାଏଲ ଅସ୍ତ୍ରବିରତି ଚୁକ୍ତି ପାଳନ କରିନାହିଁ। ଏହି କାରଣରୁ, ଶନିବାର, ୧୫ ଫେବ୍ରୁଆରିରେ ହେବାକୁ ଥିବା ବନ୍ଧକ ବିନିମୟକୁ ସ୍ଥଗିତ ରଖାଯାଇଛି। ତେବେ ଗାଜା ଅସ୍ତ୍ରବିରତି ପରେ ଏହା ଅନ୍ତର୍ଗତ ଇସ୍ରାଏଲ ସହିତ ବନ୍ଧକ ବିନିମୟକୁ ହମାସ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି ।
ଏନେଇ ହମାସ, ଇସ୍ରାଏଲ ଅସ୍ତ୍ରବିରତି ଚୁକ୍ତି ପାଳନ କରିନାହିଁ ବୋଲି କାରଣ ଦର୍ଶାଇଛି । ହମାସ କହିଛି, ଇସ୍ରାଏଲ ୩ସପ୍ତାହ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିନାମାର ସର୍ତ୍ତାବଳୀ ଉଲ୍ଲଂଘନ କରିଛି। ଏହି କାରଣରୁ, ଶନିବାର, ଆସନ୍ତା ୧୫ ଫେବୃଆରୀରୁ ହେବାକୁ ଥିବା ବନ୍ଧକ ବିନିମୟକୁ ସ୍ଥଗିତ ରଖାଯାଇଛି। ତେଣୁ ଇସ୍ରାଏଲୀ ବନ୍ଧକମାନଙ୍କୁ ମୁକ୍ତ କରିବାର ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ଯାହାକୁ ନେଇ ଏବେ ଇସ୍ରାଏଲ ଏବଂ ଆମେରିକା ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହା ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି, ଯଦି ଶନିବାର ମଧ୍ୟାହ୍ନ ସୁଦ୍ଧା ସମସ୍ତ ବନ୍ଧକଙ୍କୁ ମୁକ୍ତ କରା ନଯାଏ, ତେବେ ହମାସ ବଡ଼ କ୍ଷତି ପାଇଁ ପ୍ରସ୍ତୁତ ରହିବ। ବିଶେଷଜ୍ଞମାନେ କହିଛନ୍ତି, ବେଞ୍ଜାମିନ୍ ନେତାନ୍ୟାହୁ ଟ୍ରମ୍ପଙ୍କ ମତକୁ ପସନ୍ଦ କରିଛନ୍ତି।












Click it and Unblock the Notifications