ଟ୍ରମ୍ପଙ୍କୁ ତେଲ ମାରିଲେ କାନାଡା ପ୍ରଧାନମନ୍ତ୍ରୀ, ପରିବର୍ତ୍ତନଶୀଳ ରାଷ୍ଟ୍ରପତି କହି ପ୍ରଂଶସା
ଆଗ ନିଜେ ଶ୍ରେୟ ନେଉଥିଲେ, ଏବେ ପର ମୁହଁରେ କୁହାଉଛନ୍ତି । ପୁଣି ଭାରତ-ପାକ୍ ଯୁଦ୍ଧର ଶ୍ରେୟ ନେଲେ ଡୋନାଲ୍ଡ ଟ୍ରମ୍ପ । ଏଥର କିନ୍ତୁ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ଏକଥା କହିଛନ୍ତି । ଖାଲି ଭାରତ-ପାକ୍ ଯୁଦ୍ଧ ନୁହେଁ ବରଂ ଆଜରବାଇଜାନ ଓ ଆର୍ମେନିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ଟ୍ରମ୍ପଙ୍କ ଭୂମିକା ଅତୁଳନୀୟ ବୋଲି କହିଛନ୍ତି କାର୍ନି । ହ୍ବାଇଟହାଉସରେ ଆଲୋଚନା ବେଳେ ଏକଥା କହିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି । ଏପରକି ଟ୍ରମ୍ପଙ୍କୁ ଜଣେ ପରିବର୍ତ୍ତନଶୀଳ ରାଷ୍ଟ୍ରପତି କହି ପ୍ରଂଶସା ବି କରିଛନ୍ତି କାର୍ନି । ବିଶ୍ବର ସାମ୍ପ୍ରତିକ ପରିସ୍ଥିତି ଓ ଆର୍ଥିକ ସ୍ଥିରତା କ୍ଷେତ୍ରକୁ ଟ୍ରମ୍ପ ଗୁରୁତ୍ବ ଦେଉଥିବା ସେ କହିଛନ୍ତି । ପୂର୍ବରୁ ପାକିସ୍ତାନ ବି ଯୁଦ୍ଧ ବନ୍ଦର ଶ୍ରେୟ ଟ୍ରମ୍ପଙ୍କୁ ଦେଇଥିଲା । ଏହା ବାଦ ବାରମ୍ବାର ବିଭିନ୍ନ ସମୟରେ ଟ୍ରମ୍ପ ଶ୍ରେୟ ନେବାକୁ ଆଗଭର ହୋଇଛନ୍ତି । ହେଲେ ଆରମ୍ଭରୁ ହିଁ ଭାରତ ଏହାକୁ ଖଣ୍ଡନ କରିବା ସହ ଭିତ୍ତିହୀନ ବୋଲି କହିଆସିଛି ।













Click it and Unblock the Notifications