ଟ୍ରୁଡୋ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ଭାରତୀୟଙ୍କୁ କାନାଡାରେ ଚାକିରି କରିବା ହେବ ମୁସକିଲ୍
କଠୋର ହେଲା କାନାଡା। ନିର୍ବାଚନ ପୂର୍ବରୁ ଭାରତୀୟଙ୍କୁ ବଡ଼ ଝଟ୍କା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। କାନାଡାରେ ଅସ୍ଥାୟୀ ଚାକିରି କରୁଥିବା ବିଦେଶୀଙ୍କ ସଂଖ୍ୟା ହ୍ରାସ କରିବାକୁ ଟ୍ରୁଡୋ ଘୋଷଣା କରିଛନ୍ତି। ବର୍ତ୍ତମାନ ଦେଶର କମ୍ ଦରମାପ୍ରାପ୍ତ ନିଯୁକ୍ତିରେ ବିଦେଶୀ ଲୋକଙ୍କ ସଂଖ୍ୟା ହ୍ରାସ କରିବାକୁ ଚାହୁଁଛନ୍ତି। ବଡ଼ କଥା ହେଲା
ଏହି ଦେଶରେ ବହୁ ସଂଖ୍ୟାରେ ଭାରତୀୟ କାମ କରୁଛନ୍ତି। ଯଦି କାନାଡ଼ା ସରକାର ଏମାନଙ୍କୁ ବିଦା କରିଦିଅନ୍ତି ତେବେ ଭାରତ ରୋଜଗାର ଉପରେ ପ୍ରଭାବ ପଡ଼ିବ। ଅନ୍ୟପଟେ ଜଷ୍ଟିନ ଟ୍ରୁଡୋ ସରକାର କାନାଡ଼ାରେ ଚୀନ ଇଲେକ୍ଟ୍ରିକ୍ କାର୍ ଉପରେ ୧୦୦ ପ୍ରତିଶତ ଟ୍ୟାକ୍ସ ଲଗାଇଛନ୍ତି। ଅର୍ଥାତ୍ ଯଦି କାରର ଦାମ ୨୦ ଲକ୍ଷ ହୋଇଥିବା ତେବେ ସେଠାକାର ଗ୍ରାହକ ଏହାକୁ ୧୦୦ ପ୍ରତିଶତ ଟ୍ୟାକ୍ସ ସହ ଚୀନ କାରକୁ ୪୦ ଲକ୍ଷରେ କିଣିବେ।
ଏମିତି ହେବା ଦ୍ୱାରା ଚୀନ ଇଭି ମହଙ୍ଗା ହୋଇଯିବ। ଲୋକେ ଆଉ ଚୀନ ଇଭି କିଣିବେ ନାହିଁ। ଫଳରେ ଚୀନକୁ ବ୍ୟାପାର ଘାଟା ସହିବାକୁ ପଡ଼ିବ। କେବଳ ସେତିକି ନୁହେଁ ଚୀନ ଇସ୍ପାତ ଓ ଷ୍ଟିଲ ଉପରେ ୨୫ ପ୍ରତିଶତରୁ ଅଧିକ ଟ୍ୟାକ୍ସ ଲଗାଯିବ ବୋଲି କାନାଡ଼ା ସରକାର ନିଷ୍ପତ୍ତି ନେଇଛନ୍ତି।

ସେପଟେ ନିର୍ବାଚନ ବିଶେଷଜ୍ଞମାନେ କହିଛନ୍ତି ଯେ ଜଷ୍ଟିନ ଟ୍ରୁଡୋଙ୍କ ଏହି ନିଷ୍ପତ୍ତି ପ୍ରବାସୀ ତଥା ଯୁବକମାନଙ୍କ ମଧ୍ୟରେ ବେକାରୀ ବୃଦ୍ଧି କରିବ। ଟ୍ରୁଡୋଙ୍କର ଏହି ନିଷ୍ପତ୍ତିକୁ ବିଶେଷଜ୍ଞ ମାନେ ରାଜନୀତି ସହିତ ସଂଯୁକ୍ତ କରୁଛନ୍ତି। ଏହି ନିଷ୍ପତ୍ତି ଯୋଗୁଁ କାନାଡା ପ୍ରଧାନମନ୍ତ୍ରୀ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ବହୁ ସଂଖ୍ୟକ ଉପଭୋକ୍ତା ତାଙ୍କ ଇସ୍ତଫା ଦାବି କରୁଛନ୍ତି। ଅନେକ କାନାଡିୟ X ବ୍ୟବହାରକାରୀ ତାଙ୍କୁ ଏପର୍ଯ୍ୟନ୍ତ ସବୁଠାରୁ ଖରାପ ପ୍ରଧାନମନ୍ତ୍ରୀ ବୋଲି ମଧ୍ୟ କହୁଛନ୍ତି।
କହିରଖୁ ଯେ, କରୋନା ମହାମାରୀ ପରେ ଶ୍ରମିକଙ୍କ ଅଭାବ ହେତୁ ଟ୍ରୁଡୋ ସରକାର ପ୍ରତିବନ୍ଧକୁ କୋହଳ କରିଥିଲେ । ଏହାପରେ ସ୍ୱଳ୍ପ ବେତନ ପ୍ରାପ୍ତ ଅସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା ସେଠାରେ ଯଥେଷ୍ଟ ବୃଦ୍ଧି ପାଇଥିଲା। ବର୍ତ୍ତମାନ କାନାଡା ଇମିଗ୍ରେସନ ସିଷ୍ଟମରେ ପରିବର୍ତ୍ତନ କରିବାକୁ ଯାଉଛି।












Click it and Unblock the Notifications