Get Updates
Get notified of breaking news, exclusive insights, and must-see stories!

ଭାରତକୁ ସତର୍କ ସୂଚୀରେ ରଖିଲା କାନାଡା, ଜାରି କଲା ନୂଆ ଯାତ୍ରା ଆଡଭଇଜରି

ଭାରତ ଏବଂ କାନାଡା ମଧ୍ୟରେ ଦଶନ୍ଧି ଧରି ସମ୍ପର୍କରେ ଥିବା ତିକ୍ତତାକୁ କମ୍ କରି ମଧୁରତା ଆଣିବା ପାଇଁ ଚାଲିଥିବା କୂଟନୈତିକ ପ୍ରୟାସରେ ବାଧା ସୃଷ୍ଟି ହୋଇଛି। ସମ୍ପ୍ରତି କାନାଡା ସରକାରଙ୍କ ଏକ ପଦକ୍ଷେପ ଏହାର ମୁଖ୍ୟ କାରଣ ପାଲଟିଛି । ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ପ୍ରସ୍ତାବିତ ଭାରତ ଗସ୍ତ ପୂର୍ବରୁ, କାନାଡା ନିଜ ନାଗରିକମାନଙ୍କ ପାଇଁ ଏକ ନୁଆ ଆନ୍ତର୍ଜାତୀୟ ଯାତ୍ରା ଆଡଭାଇଜରି ଜାରି କରିଛି । ଏଥିରେ ଭାରତକୁ ଏକ ଉଚ୍ଚସ୍ତରୀୟ ସତର୍କ ସୂଚୀରେ ରଖାଯାଇଛି । କାନାଡାର ଏଭଳି ପଦକ୍ଷେପ ଭାରତକୁ ଅସନ୍ତୁଷ୍ଟ କରିଛି। ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ପୁଣି ପ୍ରଭାବିତ କରିବାର ଆଶଙ୍କା ରହିଛି ।

Canada

କାନାଡା ସରକାର ଜାନୁଆରି ଦ୍ୱିତୀୟ ସପ୍ତାହରେ ସରକାରୀ ୱେବସାଇଟରେ ଅପଡେଟ୍ ହୋଇଥିବା ଏକ ଯାତ୍ରା ଆଡଭାଇଜରିରେ ଉଲ୍ଲେଖ କରିଛନ୍ତି, କିଛି ଦେଶରେ ରାଜନୈତିକ ଅସ୍ଥିରତା, ସଶସ୍ତ୍ର ସଂଘର୍ଷ, ନାଗରିକ ଅଶାନ୍ତି, ସୁରକ୍ଷା ବିପଦ, ବିମାନ ଚଳାଚଳରେ ବାଧା ଓ ସୀମିତ କନସୁଲାର ସହାୟତା ଭଳି ସମସ୍ୟା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତକୁ ହାଇ ଆଲର୍ଟ ବର୍ଗରେ ସ୍ଥାନୀତ କରାଯାଇଛି ।

ତେବେ କାନାଡା ପକ୍ଷରୁ ଭାରତ ଯାତ୍ରା ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ କରାଯାଇନାହିଁ। କିନ୍ତୁ ପାକିସ୍ତାନ, ଇରାନ, ୟେମେନ, ଭେନେଜୁଏଲା, କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟ, ସିରିଆ, ହାଇତି, ଆଫଗାନିସ୍ତାନ ଓ ଦକ୍ଷିଣ ସୁଡାନ ଭଳି ଦେଶ ସହ ଭାରତକୁ ରଖିବା ନେଇ ପ୍ରଶ୍ନ ଉଠିଛି। ସୂଚନାଯୋଗ୍ୟ, ୨୦୨୩ରେ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ନେଇ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଅଗୁରୁତର ଅଭିଯୋଗ କରିଥିଲେ। ଏହା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଫାଟ ଦେଖାଦେଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+