ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଜଷ୍ଟିନ ଟ୍ରୁଡୋ!

ଆଜି ଇସ୍ତଫା ଦେଇପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ। ଲିବୋରାଲ୍ ପାର୍ଟି ଲିଡର୍‌ରୁ ଇସ୍ତଫା ଦେଇପାରନ୍ତି ଟ୍ରୁଡୋ। ଦି ଗ୍ଲୋବ ଆଣ୍ଡ ମେଲର ରିପୋର୍ଟ ଅନୁଯାୟୀ ଟ୍ରୁଡୋ ବୁଧବାର ଅନୁଷ୍ଠିତ ହେବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଲିବୋରାଲ୍ ପାର୍ଟିର ନେତା ପଦରୁ ଇସ୍ତଫା ଦେବେ। ଦି ଗ୍ଲୋବ ଆଣ୍ଡ ମେଲର ରିପୋର୍ଟ ଅନୁସାରେ ଟ୍ରୁଡୋ ବୁଧବାର ଅନୁଷ୍ଠିତ ହେବାକୁ ଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ପୂର୍ବରୁ ଲିବରାଲ ପାର୍ଟିର ନେତା ପଦରୁ ଇସ୍ତଫା ଦେବେ ।

ଟ୍ରୁଡୋ ଇସ୍ତଫା ଦେବା ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସୁତ୍ର ଅନୁସାରେ ବର୍ତ୍ତମାନ ଇସ୍ତଫା ଦେବାର ଦିନ ସ୍ଥିର ହୋଇନାହିଁ । ମାତ୍ର ଦୁଇ ଦିନ ଭିତରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ଟ୍ରୁଡୋ । ଏକ ବୈଠକ ହେବାକୁ ଯାଉଛି ଏହା ପୂର୍ବରୁ ଟ୍ରୁଡୋ ଇସ୍ତଫା ଦେଇପାରନ୍ତି । ଲିବରାଲ ପାର୍ଟିର କର୍କସ ବୈଠକ ପୂର୍ବରୁ ସେ ଇସ୍ତଫା ଦେବା ନେଇ ଖବର ଆସିଛି ।

Canada PM Justin Trudeau

ଜଷ୍ଟିନ ଟ୍ରୁଡୋ ୨୦୧୩ରେ ଲିବରଲ ନେତା ଦାୟିତ୍ବ ନେଇଥିଲେ । ସେ ସମୟରେ ଦଳ ସଙ୍କଟରେ ଥିଲା । ବର୍ତ୍ତମାନ ଲିବରାଲ ପାର୍ଟିର କାନାଡା ସଂସଦରେ ହାଉସ୍ ଅଫ୍ କମନ୍ସରେ ୧୫୩ ସାଂସଦ ଅଛନ୍ତି । କାନାଡିୟ ହାଉସ ଅଫ୍ କମନ୍ସରେ ୩୩୮ଟି ଆସନ ରହିଛି । କିଛି ମାସ ପୂର୍ବେ ଟ୍ରୁଡେ ସରକାରଙ୍କ ସହଯୋଗୀ ନ୍ୟୁ ଡେମୋକ୍ରାଟିକ ପାର୍ଟି ତାର ସମର୍ଥନ ପ୍ରତ୍ୟାହାର କରି ନେଇଥିଲା । ଏନଡିପି ଖଲିସ୍ତାନୀ ସମର୍ଥକ କନାଡାଇ ଶିଖ୍ ସାଂସଦ ଜଗମିତ ସିଂହର ଦଳ ।

ଉଲ୍ଲେଖଯୋଗ୍ୟ, ଆମେରିକାରେ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ନିର୍ବାଚିତ ହେବା ପରେ ଟ୍ରୁଡୋଙ୍କ ଓଲଟା ଗଣତି ଆରମ୍ଭ ହୋଇଛି। ଟ୍ରମ୍ପ୍‌ ତାଙ୍କୁ ଲଗାତର ଟାର୍ଗେଟ କରି ଚାଲିଛନ୍ତି। ଏଲନ ମସ୍କ ଟ୍ରମ୍ପ୍‌ ଜିତୁ ଜିତୁ ଏକଥା କହି ଦେଇଥିଲେ ଯେ ଏବେ ଟ୍ରୁଡୋଙ୍କ ଖରାପ ବେଳ ଆସିଲା ବୋଲି। କିଛି ଦିନ ତଳେ କାନାଡା ଡେପୁଟି ପିଏମ କ୍ରିଷ୍ଟିୟା ଫ୍ରିଲେଣ୍ଡ ଇସ୍ତଫା ଦେଇଥିଲେ । ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଟ୍ରୁଡୋଙ୍କ ଉପରେ ଚାପ ବଢିଥିଲା । ଟ୍ରମ୍ପ ତାଙ୍କୁ ନିରନ୍ତର ଟାର୍ଗେଟ କରୁଥିଲେ । ଟ୍ରମ୍ପଙ୍କ ବିଜୟ ପରେ ଏଲୋନ୍ ମସ୍କ କହିଥିଲେ ଟ୍ରୁଡୋଙ୍କ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+