ଟ୍ରୁଡୋଙ୍କ ପଦକ୍ଷେପ ଉପରେ ଟ୍ରମ୍ପ କହିଦେଲେ କିଛି ଏମିତି...
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଶୁଳ୍କ ବୃଦ୍ଧି ରୋକିବା ପାଇଁ ନେଇଥିବା ପଦକ୍ଷେପ ଗ୍ରହଣୀୟ ନୁହେଁ । କାନାଡା ଓ ମେକ୍ସିକୋରୁ ଆମେରିକାକୁ ପ୍ରବେଶ କରୁଥିବା ସାମଗ୍ରୀ ଉପରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ମାର୍ଚ୍ଚ ୪ ତାରିଖରୁ ୨୫ ପ୍ରତିଶତ ଏବଂ ଚୀନ୍ରୁ ଆମଦାନୀ ଉପରେ ୨୦ ପ୍ରତିଶତ ଶୁଳ୍କ ଲାଗୁ ହୋଇଥିଲା ।

ଆମେରିକାରେ ପ୍ରବାସୀଙ୍କ ବେଆଇନ ପ୍ରବେଶ ଏବଂ ଫେଣ୍ଟାନିଲ୍ ମାଦକ ଦ୍ରବ୍ୟ କାରବାର ପାଇଁ ଶ୍ରୀ ଟ୍ରମ୍ପ କାନାଡା ଓ ମେକ୍ସିକୋକୁ ଦାୟୀ କରିଛନ୍ତି । ଅନ୍ୟପକ୍ଷରେ ଏହାକୁ ରୋକିବାରେ ବିଫଳ ହୋଇଥିବାରୁ ଚୀନ୍ ମଧ୍ୟ ପାରସ୍ପରିକ ଶୁଳ୍କ ବୃଦ୍ଧିକୁ ଅନୁସରଣ କରିବାକୁ ଆମେରିକା ରାଷ୍ଟ୍ରପତି ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି, ଉଭୟ କାନାଡା ଓ ମେକ୍ସିକୋର ନେତାମାନେ କ୍ଷମତାରେ ରହିବା ପାଇଁ ଶୁଳ୍କ ବୃଦ୍ଧି ପ୍ରକ୍ରିୟା ଆପଣେଇଛନ୍ତି ।












Click it and Unblock the Notifications