Canada-India Issue: କାନାଡା ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ସ୍ଥାନ, ଜାଣନ୍ତୁ ଏପରି କ'ଣ ପାଇଁ କହିଲା ଶ୍ରୀଲଙ୍କା
Canada-India Row: କିଛି ଦିନ ହେଲା ଭାରତ-କାନାଡା ବିବାଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭାରତ ଓ କାନାଡା ମଧ୍ୟରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜାରର ହତ୍ୟାକୁ ନେଇ କୂଟନୀତିକ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ କାନାଡା-ଭାରତ ବିବାଦ ମଧ୍ୟରେ ହୋଇଛି ଶ୍ରୀଲଙ୍କାର ଏଣ୍ଟ୍ରି । ଭାରତକୁ ଖୋଲାଖୋଲି ଭାବେ ସମର୍ଥନ କରିଛି ଶ୍ରୀଲଙ୍କା ।
ଶ୍ରୀଲଙ୍କା ବିଦେଶ ମନ୍ତ୍ରୀ ସାବରୀ କାନାଡାକୁ ସମାଲୋଚନା କରି କହିଛନ୍ତି, କିଛି ଦେଶ ଆତଙ୍କବାଦୀଙ୍କ ପାଇଁ ନିରାପଦ ସ୍ଥାନ ପାଲଟିଛି । କୌଣସି ପ୍ରମାଣ ନଥାଇ କାନାଡା ପ୍ରଧାନମନ୍ତ୍ରୀ ଅପମାନଜନକ ଅଭିଯୋଗ ଆଣିଛନ୍ତି । ଶ୍ରୀଲଙ୍କାରୁ ନେଇ ମଧ୍ୟ ଟ୍ରୁଡୁ ଏପରି ମିଛ ଅଭିଯୋଗ ଆଣି ନହସଂହାର ହୋଇଥିବା ସେ କହିଛନ୍ତି ।

ସେହିପରି ଭାରରତରେ ଥିବା ଶ୍ରୀଲଙ୍କାର ପୂର୍ବତନ ହାଇ କମିଶନର ମିଲିଣ୍ତା ମୋରାଗୋଡ଼ କହିଛନ୍ତି, କାନାଡା ଅଭିଯୋଗକୁ ନେଇ ଭାରତ ପ୍ରତିକ୍ରିୟା ଠିକ୍ ରହିଛି ଏବଂ ଏହି ମାମଲାରେ ଶ୍ରୀଲଙ୍କା ଭାରତ ସହ ରହିଛି । କାରଣ ଆତଙ୍କବାଦୀଙ୍କ ପାଇଁ ଶ୍ରୀଲଙ୍କାକୁ ଖୁବ୍ କ୍ଷତି ସହିବା ପାଇଁ ପଡୁଛି । ଆମେ ଦେଶ ଅର୍ଥାତ୍ ଶ୍ରୀଲଙ୍କା ଆତଙ୍କବାଦୀ ବିରୋଧରେ ଶୂନ୍ୟ ସହନଶୀଳତା ନୀତିରେ କାର୍ଯ୍ୟ କରିଥାଏ ।
ସୂଚନାଥାଉ ଯେ, ଖାଲିସ୍ତାନୀ ସମର୍ଥକ ହାରଦୀପ ସିଂ ନିଜ୍ୱରଙ୍କ ହତ୍ୟାକାଣ୍ତକୁ ନେଇ ଭାରତକୁ ଟାର୍ଗେଟ୍ କରିଛି କାନାଡା । ହାରଦୀପ ସିଂଙ୍କ ମୃତ୍ୟୁ ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଅଛି ବୋଲି ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁ଼ଡୋ । ତେବେ ଏହି ଅଭିଯୋଗକୁ ଲଗାତାର ଭାରତ ଖଣ୍ତନ କରି ଆସୁଛି । ଏପରି ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଜିତ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି । ଏହି ବିବାଦ ସେତେବେଳେ ବଢିଥିଲା ଯେତେବେଳେ ଭାରତୀୟ କୂଟନୈତିକ ପ୍ରତିନିଧିଙ୍କୁ ବହିସ୍କାର କରିଥିଲା କନାଡା । ଯାହା ପରେ ଭାରତ ଭିସା ଉପରେ ପ୍ରତିବନ୍ଧକ ଲଗାଇଛି। ଯେତେବେଳେ ଭାରତ ପ୍ରମାଣ ମାଗିଲା, ଟ୍ରୁଡୋ କହିଛନ୍ତି ଯେ ଏହା ଏକ ସପ୍ତାହ ପୂର୍ବରୁ ଦିଆଯାଇଥିଲା ।
ଭାରତ ସ୍ପଷ୍ଟ ଭାବେ କହିଛି ଯେ ମୂଳ ପ୍ରସଙ୍ଗ ହେଉଛି ଆତଙ୍କବାଦ। ଭାରତ ବିରୋଧୀ ଆତଙ୍କବାଦୀ ସଂଗଠନ ପାଇଁ କାନାଡା ଏକ ଆଶ୍ରୟସ୍ଥଳୀ ପାଲଟିଛି। ଇଣ୍ଡୋ ଟୁଡେ ସହ କଥା ହେବାବେଳେ ଇଣ୍ଡୋ-କାନାଡାର ପୂର୍ବତନ ରାଜନେତା ଡାଭେ ହାଇର କହିଛନ୍ତି ଯେ କାନାଡାର ମାତ୍ର 10 ପ୍ରତିଶତ କିମ୍ବା ବୋଧହୁଏ 15 ପ୍ରତିଶତ ଲୋକ ଏହି କାର୍ଯ୍ୟକଳାପକୁ ସମର୍ଥନ କରନ୍ତି, କିନ୍ତୁ ଅବଶିଷ୍ଟ ଲୋକମାନେ ଭାରତ ସହିତ ଭଲ ସମ୍ପର୍କ ଚାହୁଁଛନ୍ତି।












Click it and Unblock the Notifications