କାନାଡାରେ ପଢ଼ିବାକୁ ସ୍ୱପ୍ନ ଦେଖୁଥିବା ଷ୍ଟୁଡେଣ୍ଟଙ୍କ ପାଇଁ ବଡ ଝଟକା, ସରକାର ନେଲେ କଠୋର ନିଷ୍ପତ୍ତି
ନୂଆଦିଲ୍ଲୀ: କାନାଡା ସରକାର ଏକ ନୂତନ ଷ୍ଟୁଡେଣ୍ଟ ଭିସା ନୀତି ଘୋଷଣା କରିଛନ୍ତି । ଯାହା ଭାରତୀୟ ଷ୍ଟୁଡେଣ୍ଟଙ୍କ ଉପରେ ପ୍ରଭାବ ପକାଇବ । ନୂତନ ନୀତି ଅନୁଯାୟୀ କାନାଡା ଷ୍ଟୁଡେଣ୍ଟ ଭିସାକୁ ୩୫ ପ୍ରତିଶତ ହ୍ରାସ କରିଛି । ଏକ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତୀୟ ଷ୍ଟୁଡେଣ୍ଟଙ୍କ ସଂଖ୍ୟାକୁ ସୀମିତ ରଖିବା ତଥା ଅନୁଷ୍ଠାନର ତ୍ରୁଟି ଦୂର କରିବାକୁ କାନାଡାର ଇମିଗ୍ରେସନ ମନ୍ତ୍ରୀ ମାର୍କ ମିଲର ଷ୍ଟୁଡେଣ୍ଟଭିସା ଉପରେ ଏକ ସୀମା ଲଗାଇଛନ୍ତି । ଏହି ସୀମା ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ।
ସୁଚନାନୁସାରେ ଅନ୍ତର୍ଜାତୀୟ ଷ୍ଟୁଡେଣ୍ଟ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କାନାଡାରେ ବାସଗୃହର ଅଭାବ ଏବଂ ସ୍ଥାନୀୟ ଲୋକଙ୍କ ବେରୋଜଗାରୀ ଭଳି ସମସ୍ୟାର ସମ୍ମୁଖୀନ ହେଉଛି ଦେଶ । କାନାଡାର ଆନ୍ତର୍ଜାତୀୟ ଛାତ୍ରଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଥିଲା । ଯେଉଁଥିରେ ପ୍ରାୟ ୩୭ ପ୍ରତିଶତ ଭାରତୀୟ ଛାତ୍ର ଅନ୍ତର୍ଭୁକ୍ତ । ୨୦୨୩ ମସିହାରେ ତିନି ଲକ୍ଷରୁ ଅଧିକ ଭାରତୀୟ ଛାତ୍ର କାନାଡା ଯାଇଥିଲେ ।

କାନାଡା ସରକାରଙ୍କ ଏହି ନିଷ୍ପତ୍ତି ଭାରତୀୟ ଛାତ୍ରମାନଙ୍କ ଉପରେ ବହୁତ ପ୍ରଭାବ ପକାଇବ । ଉଲ୍ଲେଖଯୋଗ୍ୟ, ୨୦୨୨ ମସିହାରେ ଭାରତୀୟମାନେ ୪୧ ପ୍ରତିଶତରୁ ଅଧିକ ଅନୁମତି ପାଇଥିବା କାନାଡାର ଆନ୍ତର୍ଜାତୀୟ ଛାତ୍ରମାନଙ୍କ ମଧ୍ୟରେ ସର୍ବ ବୃହତ ଗୋଷ୍ଠୀ ଥିଲେ ।ବର୍ତ୍ତମାନର ଆକଳନ ଅନୁଯାୟୀ, ୨୦୨୩ ମସିହାରେ ୩,୦୦,୦୦୦ ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ କାନାଡା ଯାଇଥିଲେ ବୋଲି ସିବିସି ନ୍ୟୁଜ୍ ରିପୋର୍ଟ କରିଛି ।
କାନାଡାରେ ୩,୪୦,୦୦୦ ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଅଛନ୍ତି । ଏହି ସମୟରେ, କାନାଡାର ଆନ୍ତର୍ଜାତୀୟ ଛାତ୍ରଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ହୋଇଛି । କୋଭିଡ-୧୯ ମହାମାରୀ ପରେ କାନାଡା ୨୦୨୩ ରେ ଏକ ରେକର୍ଡ ସଂଖ୍ୟକ ୫,୭୯,୦୭୫ ଷ୍ଟଡ଼ି ଭିସା ଜାରି କରିଥିଲା । ଏହି ସବୁ କାରଣରୁ ଷ୍ଟୁଡେଣ୍ଟ ଭିସା ଉପରେ କାନାଡା ସରକାର ଦୁଇ ବର୍ଷର ସୀମା ଧାର୍ଯ୍ୟ କରିଛନ୍ତି । ଏହା ସମେତ ଭିସା ଅନୁମତିକୁ ୩୫ ପ୍ରତିଶତ ହ୍ରାସ କରିବାକୁ ଟ୍ରୁଡୋ ସରକାର ନିଷ୍ପତ୍ତି ନେଇଛନ୍ତି ।












Click it and Unblock the Notifications