Tariff War:ଆମେରିକା ଉପରେ ୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିବାକୁ ଟ୍ରୁଡୋଙ୍କ ନିର୍ଦ୍ଦେଶ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଲଗାଯାଇଥିବା ଶୁଳ୍କର ପଦକ୍ଷେପ ସ୍ୱରୂପ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଶକୁ ଆସୁଥିବା ୧୫୫ ବିଲିୟନ ଡଲାର ମୂଲ୍ୟର ଆମେରିକୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ଆଜି ଓଟାୱାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟ୍ରୁଡୋ ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ୩୦ ବିଲିୟନ ଡଲାର ଆମେରିକୀୟ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ଘୋଷଣା କରିଛନ୍ତି।

୨୧ ଦିନ ମଧ୍ୟରେ ୧୨୫ ବିଲିୟନ ଡଲାର ମୂଲ୍ୟର ଆମେରିକୀୟ ସାମଗ୍ରୀ ଉପରେ ସମାନ ଶୁଳ୍କ ଲାଗୁ କରିବାକୁ ସେ କହିଛନ୍ତି। ଆମଦାନୀ ଉପରେ ୧୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଆଦାୟ କରିବାକୁ ଆମେରିକାର ପଦକ୍ଷେପକୁ ଚୀନ୍ ବିରୋଧ କରିଛି। ନିଜର ସ୍ୱାର୍ଥରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ ବୋଲି ଚୀନ କହିଛି।

Justin Trudeau

ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି, ଆମେରିକାର ଏକତରଫା ଶୁଳ୍କ ବୃଦ୍ଧି ବିଶ୍ୱ ବାଣିଜ୍ୟ ସଂସ୍ଥା ନିୟମକୁ ଉଲ୍ଲଂଘନ କରୁଛି। ଏହା ପୂର୍ବରୁ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସିନବମ୍ କହିଥିଲେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲଗାଯାଇଥିବା ଶୁଳ୍କର ମଧ୍ୟ ବିରୋଧ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+