ଟେକ୍ଅଫ୍ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ , ବିମାନରେ ଥିଲେ ୮ ଯାତ୍ରୀ
ଆମେରିକାର ମେନ ରାଜ୍ୟର ବାଙ୍ଗୋର୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ସମୟରେ ଏକ ବଡ଼ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ (FAA) ଅନୁଯାୟୀ, ବମ୍ବାର୍ଡିୟର୍ ଚ୍ୟାଲେଞ୍ଜର୍ ୬୦୦ ବିମାନ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୋଟ ୮ ଜଣ ଲୋକ ଏଥିରେ ଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଘଟଣା ପରେ FAA ଏବଂ NTSB (ଜାତୀୟ ପରିବହନ ସୁରକ୍ଷା ବୋର୍ଡ) ତୁରନ୍ତ ତଦନ୍ତ ଆରମ୍ଭ କରିଛନ୍ତି।

ଦୁର୍ଘଟଣା ସମୟରେ ବାଙ୍ଗୋର ବିମାନବନ୍ଦରରେ ହାଲୁକା ତୁଷାରପାତ ହେଉଥିଲା, କିନ୍ତୁ ଦୁର୍ଘଟଣା ପାଇଁ ପାଗ ଏକ କାରଣ ବୋଲି ଏପର୍ଯ୍ୟନ୍ତ କୌଣସି ନିଶ୍ଚିତକରଣ ହୋଇନାହିଁ। ସେହି ସମୟରେ, ତୃତୀୟ ବୃହତ୍ତମ ସହର ବାଙ୍ଗୋର ସମେତ ସମଗ୍ର ମେନ୍ ରାଜ୍ୟରେ ଶୀତକାଳୀନ ଝଡ଼ ପାଇଁ ଚେତାବନୀ ଜାରି କରାଯାଇଥିଲା। ସୂତ୍ର ଅନୁସାରେ, ବିମାନଟି ଟେକ୍ସାସରୁ ମେନରେ ପହଞ୍ଚିଥିଲା । ଏହାର ପଞ୍ଜିକରଣ ରେକର୍ଡ ଅନୁସାରେ, ବିମାନଟି ହ୍ୟୁଷ୍ଟନ୍ ସ୍ଥିତ ଏକ ବ୍ୟକ୍ତିଗତ ଆଇନ ଫାର୍ମ ଆର୍ନୋଲ୍ଡ ଓ ଇଟକିନ୍ କମ୍ପାନିର। ଏଫ୍ଏଏ ରେକର୍ଡ ଅନୁସାରେ ବିମାନଟି ଏପ୍ରିଲ ୨୦୨୦ରେ ସେବା ଆରମ୍ଭ କରିଥିଲା।
ଏଫ୍ଏଏ କହିଛି, ବିମାନଟି ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟାନ୍ୟ କାରଣ ଯୋଗୁ ଦୁର୍ଘଟଣାର ଗ୍ରସ୍ତ ହୋଇଛି। ଏହାର ତଦନ୍ତ ଜାତୀୟ ପରିବହନ ସୁରକ୍ଷା ବୋର୍ଡ (ଏନ୍ଟିଏସ୍ବି) ଦ୍ୱାରା କରାଯିବ। ତଦନ୍ତ ସମ୍ପୂର୍ଣ୍ଣ ନହେବା ଓ ଏକ ସରକାରୀ ରିପୋର୍ଟ ପ୍ରକାଶ ନପାଇବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କ ପରିଚୟ ଓ କ୍ଷୟକ୍ଷତିର ପରିମାଣ ଜଣାପଡିବ ନାହିଁ।












Click it and Unblock the Notifications