Get Updates
Get notified of breaking news, exclusive insights, and must-see stories!

ନଦୀକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍, ଗଲାଣି ୧୮ ଜୀବନ

ସୋମବାର ବିଳମ୍ବିତ ରାତିରେ ନେପାଳର ଧାଡିଂ ଜିଲ୍ଲାରେ ଏକ ବସ୍ ହାଇୱେରୁ ନଦୀକୁ ଖସି ପଡ଼ିଛି। ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ବିଦେଶୀ ନାଗରିକ ମହିଳା ରହିଛନ୍ତି।

ସେମାନେ କେଉଁ ଦେଶର ଏବଂ ସେମାନଙ୍କ ପରିଚୟ ବର୍ତ୍ତମାନ୍ ପର୍ଯ୍ୟନ୍ତ ମିଳିପାରିନାହିଁ। ପୁଲିସର ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରେ, ଅନ୍ୟ ଜଣେ ଯାତ୍ରୀଙ୍କ ମୃତ୍ୟୁ ନିଶ୍ଚିତ ହେବା ସହିତ ମୃତ୍ୟୁ ସଂଖ୍ୟା ୧୮ରେ ପହଞ୍ଚିଛି।

NEPAL
ନେପାଳ ସଶସ୍ତ୍ର ପୋଲିସ ବାହିନୀର ମୁଖପାତ୍ର ବିଷ୍ଣୁ ପ୍ରସାଦ ଭଟ୍ଟାଙ୍କ ସୂଚନା ଅନୁସାରେ, ଦୁର୍ଘଟଣାସ୍ଥଳରୁ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବସ୍ରୁ ୨୮ ଜଣ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଆହତ ଯାତ୍ରୀମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯିବା ସହିତ ଉଦ୍ଧାର କାର୍ଯ୍ୟରେ ନେପାଳ ସେନା, ସଶସ୍ତ୍ର ପୋଲିସ ବାହିନୀ ଏବଂ ନେପାଳ ପୋଲିସ କର୍ମଚାରୀମାନେ ନିୟୋଜିତ ଅଛନ୍ତି ।

ସୂଚନା ମୁତାବକ, ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡର ଜଣେ ପୁରୁଷ ଯାତ୍ରୀ ଥିବା ଜଣାପଡ଼ିଛି । ସେହିପରି ଆହତମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଜାପାନୀ ଏବଂ ଜଣେ ଡଚ୍ ମହିଳା ନାଗରିକ । ଯଦିଓ ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । କିନ୍ତୁ ପୋଲିସ କହିଛି ଯେ ଦ୍ରୁତ ଗତି ଯୋଗୁ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+