ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସରପ୍ରାଇଜ ଭିଜିଟ, ଜେଲେନସ୍କିଙ୍କୁ ଭେଟି ସହାୟତା ପ୍ୟାକେଜ କଲେ ଘୋଷଣା
ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସରପ୍ରାଇଜ ଭିଜିଟ। ଜେଲେନସ୍କିଙ୍କୁ ଭେଟି ସହାୟତା ପ୍ୟାକେଜ କଲେ ଘୋଷଣା।
କିଭ: ୟୁକ୍ରେନ ରାଷ୍ଟ୍ରପତିଙ୍କୁ ସରପ୍ରାଇଜ ଦେଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ। ରୁଷ -ୟୁକ୍ରେନ ଯୁଦ୍ଧ ଭିତରେ ହଠାତ ୟୁକ୍ରେନ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ସୁନକ । ସେଠାରେ ଜେଲେନସ୍କିଙ୍କୁ ଭେଟି ତାଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି । ପ୍ରଥମ ଥର ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ୟୁକ୍ରେନ ଗସ୍ତ କରିଛନ୍ତି । ସୁନକ , ଜେଲେନସ୍କିଙ୍କୁ ଭେଟି 500 ନିୟୁତ ପାଉଣ୍ଡର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି । ଯାହା ଦ୍ବାରା ୟୁକ୍ରେନ-ରୁଷ ସହ ଲଢିବାରେ ସହାୟକ ହେବ ବୋଲି ଜଣାପଡିଛି। ଜେଲେନସ୍କିଙ୍କ ସହିତ ଆଲୋଚନା ପରେ କିଭରେ ଅନେକ ଅଞ୍ଚଳ ବୁଲି ଦେଖିଥିଲେ ସୁନକ । ଏଥିସହିତ ଯୁଦ୍ଧର ବିଭିଷିକା ନେଇ ଆକଳନ କରିଥିଲେ ।
ଜେଲେନସ୍କି ସୁନକଙ୍କୁ ଟ୍ବିଟ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଆମକୁ ଆପଣଙ୍କ ଭଳି ବନ୍ଧୁଙ୍କର ସମର୍ଥନ ନିଶ୍ଚିତ ରୂପେ ବିଜୟ ହାସଲ କରିବାରେ ସହାୟକ ହେବ। ସ୍ବାଧୀନତା ପାଇଁ ଠିଆ ହେବାର କଣ ଅର୍ଥ ରହିଥି ସେନେଇ ଉଭୟ ଦେଶ ଅବଗତ ବୋଲି ସେ କହିଛନ୍ତି । ଏଭଳି ସ୍ଥିତିରେ ନାଟୋ ଦେଶ ଗୁଡିକ ଅଧିକ ଆର୍ଥିକ ଏବଂ ସାମରିକ ସାହାଯ୍ୟ ପ୍ରଦାନ କରୁଥିବା ଦେଖାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ: "ବ୍ରିଟେନ ଆରମ୍ଭରୁ ୟୁକ୍ରେନ ସହିତ ଠିଆ ହୋଇଥିଲା ସେଥିପାଇଁ ମୁଁ ଗର୍ବିତ । ଏବଂ ମୁଁ ଆଜି ଏଠାରେ କହିଛି ଯେ ବ୍ରିଟେନ ଏବଂ ଆମର ସହଯୋଗୀମାନେ ୟୁକ୍ରେନର ସମର୍ଥନ କରିବା ଜାରି ରଖିବେ, କାରଣ ଏହି ଯୁଦ୍ଧକୁ ସମାପ୍ତ କରିବା ଏବଂ ଏକ ଶାନ୍ତି ପ୍ରଦାନ କରିବାକୁ ଲଢେଇ ଜାରି ରଖିଛି ।
"ୟୁକ୍ରେନର ସଶସ୍ତ୍ର ବାହିନୀ ଭୂମିରେ ରୁଷୀୟ ବାହିନୀକୁ ପଛରେ ପକାଇ ସଫଳ ହୋଇଥିବାବେଳେ ସାଧାରଣ ନାଗରିକଙ୍କ ଉପରେ ଆକାଶରୁ ଅତି ନିର୍ମମ ଭାବରେ ବୋମାବର୍ଷଣ କରାଯାଉଛି। ଆମେ ଆଜି ବିମାନ ବିରୋଧୀ ବନ୍ଧୁକ, ରାଡାର ଏବଂ ଡ୍ରୋନ୍ ବିରୋଧୀ ଉପକରଣ ସମେତ ନୂତନ ବାୟୁ ପ୍ରତିରକ୍ଷା ପ୍ରଦାନ କରୁଛୁ ଏବଂ ଆଗକୁ ଥଣ୍ଡା, କଠିନ ଶୀତ ପାଇଁ ମାନବୀୟ ସମର୍ଥନ ବୃଦ୍ଧି କରୁଛୁ । "ଆଜି କିଭରେ ରହିବା ଏବଂ ଯେଉଁମାନେ ଏତେ କିଛି କରୁଛନ୍ତି ସେମାନଙ୍କୁ ଭେଟିବାର ସୁଯୋଗ ପାଇବା ଏବଂ ସାର୍ବଭୌମତ୍ୱ ଏବଂ ଗଣତନ୍ତ୍ରର ନୀତିକୁ ରକ୍ଷା କରିବା ପାଇଁ ଏତେ ଅଧିକ ମୂଲ୍ୟ ଦେବା ଗୁରୁତ୍ବପୂର୍ଣ୍ଣ।












Click it and Unblock the Notifications