ବ୍ରିକ୍ସରେ ସାମିଲ ହେଲେ ଏହି ୬ ନୂଆ ଦେଶ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି କଲେ ଘୋଷଣା

Brics Summit 2023: ବ୍ରିକ୍ସରେ ସାମିଲ ହେଲେ ୬ ନୂଆ ଦେଶ । ଘୋଷଣା କଲେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି । ଇରାନ, ଆର୍ଜେଣ୍ଟିନା, ଇଥିୟୋପିୟା, ଇଜିପ୍ଟ, ଇରାନ, ୟୁଏଇ ଏବଂ ସାଉଦି ଆରବକୁ ବ୍ରିକ୍ସରେ ସାମିଲ କରାଯାଇଛି । ଜୋହାନସବର୍ଗରେ ଚାଲିଥିବା ବ୍ରିକ୍ସର ୧୫ ତମ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି ।

Brics Summit:

ସୂଚନାଥାଉ ଯେ, ବ୍ରିକ୍ସରେ ୫ଟି ଦେଶ ସାମିଲ ଥିଲା । ତଥା ବ୍ରାଜିଲ, ଋଷ, ଇଣ୍ତିଆ, ଚୀନ ଏବଂ ସାଉଥ୍ ଆଫ୍ରିକା ଏବେ ଏଥିରେ ଆଉ ୬ଟି ଦେଶ ଯୋଡି ହୋଇଛି । ସେଗୁଡିକ ହେଲା ଇରାନ, ଆର୍ଜେଣ୍ଟିନା, ଇଥିୟୋପିୟା, ଇଜିପ୍ଟ, ଇରାନ, ୟୁଏଇ ଏବଂ ସାଉଦି ଆରବ । ବର୍ତ୍ତମାନ ଏହାର ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧ରେ ପହଞ୍ଚିବ । ଏମାନଙ୍କର ସଦସ୍ୟତା ୧ ଜାନୁଆରୀ ୨୦୧୪ରୁ ଲାଗୁ କରାଯିବ ।
ଏହି ଅବସରରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି କହିଛନ୍ତି, ବିସ୍ତାର ପ୍ରକ୍ରିୟା ପ୍ରଥମ ପର୍ଯ୍ୟାୟରେ ଆମର ସହମତି ରିହିଛି । ସମସ୍ତ ଦେଶକୁ ସଦସ୍ୟତା ପାଇଁ ଆମନ୍ତ୍ରଣ କରାଯାଇଛ । ସେହିପରି ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ତିନି ଦିନିଆ ବିଚାର ବିମର୍ଶରୁ ଅନେକ ସକାରାତ୍ମକ ଫଳାଫଳ ବାହାରିଥିବାରୁ ମୁଁ ଖୁସି ଅଛି ।

ଗଣମାଧ୍ୟମ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବ୍ରିକ୍ସର ସମ୍ପ୍ରସାରଣ ପାଇଁ ଆମେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ, ବ୍ରିକ୍ସ ବିସ୍ତାରକୁ ଭାରତ ସର୍ବଦା ସମର୍ଥନ କରିଆସୁଛି। ନୂତନ ସଦସ୍ୟ ଯୋଡି ହେଲେ ଏହା ଆହୁରି ମଜବୁତ ହୋଇଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+