Get Updates
Get notified of breaking news, exclusive insights, and must-see stories!

ପର୍ଫମ କରୁ କରୁ ଷ୍ଟେଜରେ ଟଳି ପଡିଲେ ସିଙ୍ଗର୍, ଦେଖନ୍ତୁ ଭାଇରାଲ ଭିଡିଓ

Brazilian Singer Pedro Henrique Death: ଷ୍ଟେଜରେ ଗୀତ ଗାଇ ଦର୍ଶକଙ୍କର ମନୋରଞ୍ଜ କରିବା ବେଳେ ହଟାତ୍ ଟଳିପଡିଲେ ବ୍ରାଜିଲ୍ ସିଙ୍ଗର୍ ପେଡ୍ରୋ ହେନରିକ । ସାମ୍ନାରେ ଥିବା ଦର୍ଶକଙ୍କୁ ହେଲେ ଆଶ୍ଚର୍ଯ୍ୟ । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠି ତାଙ୍କୁ ମୃତ ଘୋଷଣା କରିଥିଲେ ।

ବ୍ରାଜିଲର ଗାୟକ ବୁଧବାର ଦିନ ଏକ ଷ୍ଟେଜରେ ପଫର୍ମ କରିବା ସମୟରେ ହଠାତ୍ ବେହୋସ ହୋଇ ତଳେ ପଡିଯାଇଥିଲେ । କୁହାଯାଉଛି ଯେ, ସେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଗୀତ ଗାଉଥିଲେ । ମଞ୍ଚରେ ଲାଇଭ୍ ସୋ ଚାଲୁଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି ମୃତ୍ୟୁ ବେଳକୁ ତାଙ୍କୁ 30 ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ଖବର ପ୍ରଶଂସକ ଏବଂ ପରିବାରକୁ ଆଶ୍ଚର୍ଯ୍ୟ କରିଛି ।

Brazilian Singer Pedro Henrique

କୁହାଯାଉଛି ଯେ ଏପରି ଦୁଃଖଦ ଘଟଣା ଘଟିବାବେଳେ ପେଡ୍ରୋ ହେନରିକ ତାଙ୍କର ହିଟ୍ ଗୀତ ଗାଉଥିଲେ । ଯାହା ଉତ୍ତର-ପୂର୍ବ ବ୍ରାଜିଲର ଫିରା ଡି ସାଣ୍ଟାନା ସହରର ଏକ କନ୍ସର୍ଟ ହଲରୁ ଅନଲାଇନରେ ପ୍ରସାରିତ ହୋଇଥିଲା। ତାଙ୍କ କାର୍ଯ୍ୟକ୍ରମ ଦେଖିବା ପାଇଁ ହଲରେ ଦର୍ଶକଙ୍କର ନାହିଁ ନଥିବା ଭିଡ଼ ଲାଗିଥିଲା । ଗୀତ ବୋଲୁ ବୋଲୁ ସେ ହଠାତ୍ ତଳେ ବେହୋସ ହୋଇ ପଡିଯାଇଥିଲେ । ଆୟୋଜନକାରୀ ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ହୃତଘାତ ଯୋଗୁଁ ହେନରିକଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଡାକ୍ତର ।

ତେବେ କାର୍ଯ୍ୟକ୍ରମକୁ ଯିବା ପୂର୍ବରୁ ପେଡ୍ରୋ ହେନରିକ ବେଶ୍ ହାଲିଆ ଅନୁଭବ କରୁଥିଲେ । ଏହାପରେ ବ୍ୟାକ୍ ଟୁ ବ୍ୟାକ୍ ଗୀତ ଗାଇବା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡିବାରେ ଲାଗିଥିଲା ଏବଂ ଷ୍ଟେଜରେ ଟଳିପଡିଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ମୃତକ ଗାୟକଙ୍କର ଜଣେ ବନ୍ଧୁ କହିଛନ୍ତି ।

ସୂଚନାଥାଉ ଯେ, ହେନରିକଙ୍କ ପତ୍ନୀ ଏବଂ ୨ ମାସର ଝିଅ ଅଛନ୍ତି । ସେ ମାତ୍ର ୩ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ ହେଲେ ୨୦୧୫ରେ ସେ ୟୁଟ୍ୟୁବରେ ଗୀତ ଗାଇ ଭିଡିଓ ସେୟାର କରିବା ପରେ ତାଙ୍କ ଭାଗ୍ୟ ବଦଳିଯାଇଥିଲା । ତାଙ୍କର ଏପରି ମୃତ୍ୟୁ ସମଗ୍ର ସଙ୍ଗୀତ ଜଗତକୁ ଚକିତ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+