ଇସ୍ତଫା ଦେଲେ ବୋରିସ୍ ଜନସନ୍
ଇସ୍ତଫା ଦେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ବ୍ରିଟେନରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଇସ୍ତଫା ଦେଲେ ବୋରିସ୍ ଜନସନ୍ । ଇସ୍ତଫା ନେଇ ବ୍ରିଟିଶ୍ ଗଣମାଧ୍ୟମରେ ଚର୍ଚ୍ଚା । ମନ୍ତ୍ରୀମଣ୍ଡଳରେ ବିଦ୍ରୋହ ପରେ ଇସ୍ତଫା ଦେଲେ ଜନସନ୍ ।
ଲଣ୍ଡନ: ଇସ୍ତଫା ଦେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ବ୍ରିଟେନରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଇସ୍ତଫା ଦେଲେ ବୋରିସ୍ ଜନସନ୍ । ଇସ୍ତଫା ନେଇ ବ୍ରିଟିଶ୍ ଗଣମାଧ୍ୟମରେ ଚର୍ଚ୍ଚା । ମନ୍ତ୍ରୀମଣ୍ଡଳରେ ବିଦ୍ରୋହ ପରେ ଇସ୍ତଫା ଦେଲେ ଜନସନ୍ । ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ବିରୋଧ କରି ମନ୍ତ୍ରୀ ମାନେ ଇସ୍ତଫା ଦେଇଥିଲେ । ଜନସନ୍ ଶାସନ କରିବାକୁ ଅକ୍ଷମ ବୋଲି ତାଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନେ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, କିଛି ପ୍ରମୁଖ ବ୍ରିଟିଶ ଗଣମାଧ୍ୟମରେ ଜନସନ ନିଜେ ଇସ୍ତଫା ଦେବାକୁ ସହମତି ପ୍ରକାଶ କରିଥିବା ଓ ବିଧିବଦ୍ଧ ଭାବେ ଇସ୍ତଫା ଘୋଷଣା କରିବା ନେଇ ମଧ୍ୟ ଖବର ପ୍ରସାରଣ କରାଯାଉଛି । ଏନେଇ ଚର୍ଚ୍ଚା ହେଉଥିଲା । ପୂର୍ବରୁ ଗୋଟିଏ ପରେ ଗୋଟିଏ ମନ୍ତ୍ରୀ କ୍ୟାବିନେଟରୁ ପ୍ରାୟ 40 ମନ୍ତ୍ରୀ ଇସ୍ତଫା ଦେଇ ସାରିଥିଲେ।ଗତ କିଛି ଦିନ ତଳେ ଅନାସ୍ଥାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଇ ପଦ ବଞ୍ଚାଇବାରେ ସଫଳ ହୋଇଥିଲେ ଜନସନ ।












Click it and Unblock the Notifications