ଆତ୍ମଘାତୀ ବିସ୍ଫୋରଣରେ ଥରିଲା ନାଇଜେରିଆ , ଚାଲିଗଲା ୧୮ ଜୀବନ

ଗତକାଲି ଉତ୍ତର ପୂର୍ବ ନାଇଜେରିଆରେ ଆତ୍ମଘାତି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ପ୍ରାୟ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ଆହତ ହୋଇଥିବା ସୂଚନା ରହିଛି । ସୁଚନାନୁସାରେ ଶନିବାର ପୂର୍ବୋତ୍ତର ନାଇଜେରିଆର ଗ୍ୱେଜା ସହରରେ ତିନୋଟି ସିରିଜ ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ବିବାହ ସମାରୋହକୁ ଜଣେ ମହିଳା ପିଠିରେ ଛୁଆକୁ ବାନ୍ଧି ସାମିଲ ହୋଇଥିଲେ । ଏହାପରେ ସେଠାରେ ନିଜକୁ ସେ ବିସ୍ଫୋରଣରେ ଉଡାଇ ଦେଇଥିଲେ ।

ଏକ ଅଧିକାରୀଙ୍କ ସୂଚନା ମୁତାବକ, କେମରୁନ୍ ସୀମାବର୍ତ୍ତୀ ସହରରେ ହୋଇଥିବା ଆତ୍ମଘାତୀ ହମ୍‌ଲାରେ ଗୋଟିଏ ହସ୍ପିଟାଲକୁ ମଧ୍ୟ ଟାର୍ଗେଟ୍ କରାଯାଇଛି । ଏଥିସହ ଅନ୍ତିମ ସଂସ୍କାର ସ୍ଥାନରେ ମଧ୍ୟ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ବୋର୍ନୋ ଷ୍ଟେଟ ଜରୁରୀକାଳୀନ ପରିଚାଳନା ଏଜେନ୍ସି (ସିଏମଏ) ରିପୋର୍ଟ କରିଛି ଏହି ଆକ୍ରମଣରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ଆହତ ହୋଇଛନ୍ତି ।

Bomb blasts kill at least 18 in Nigeria

ଏଜେନ୍ସି ମୁଖ୍ୟ ବାରକିଣ୍ଡୋ ସୈଦୁ କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଶିଶୁ, ପୁରୁଷ, ମହିଳା ଏବଂ ଗର୍ଭବତୀ ମହିଳା ଅଛନ୍ତି । ସୈଦୁ କହିଛନ୍ତି ଯେ ୧୯ ଜଣ ଗୁରୁତର ଆହତଙ୍କୁ ରାଜଧାନୀ ମୈଦୁଗୁରିକୁ ନିଆଯାଇଥିବା ବେଳେ ଅବଶିଷ୍ଟ ଲୋକଙ୍କ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଏକ ରିପୋର୍ଟରୁ ପ୍ରକାଶ ଏହି ବିସ୍ପୋରଣରେ ୧୮ ଜଣ ମୃତକଙ୍କ ମଧ୍ୟରୁ ଶିଶୁ, ମହିଳା, ପୁରୁଷ ଏବଂ ଗର୍ଭବତୀ ମହିଳା ସାମିଲ ଥିଲେ ।

ସେହିପରି ଅନ୍ୟ ଏକ ଆଟାକରେ ଗ୍ୱାଜା ସୈନ୍ୟବାହିନୀକୁ ସମର୍ଥନ କରୁଥିବା ମିଲିସିଆର ଜଣେ ସଦସ୍ୟଙ୍କ କହିବାନୁଯାୟୀ ଏକ ସୁରକ୍ଷା ପୋଷ୍ଟରେ ହୋଇଥିବା ଆକ୍ରମଣରେ ତାଙ୍କର ଦୁଇ ସାଥୀ ଏବଂ ଜଣେ ସୈନିକ ନିହତ ହୋଇଥିଲେ । ତେବେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+