ନିର୍ବାଚନ ରାଲିରେ ହେଲା ଭୟଙ୍କର ବିଷ୍ପୋରଣ, ୪ଜଣଙ୍କର ଗଲା ଜୀବନ
Bomb Blast In Pakistan:ମଙ୍ଗଳବାର (ଜାନୁଆରୀ ୩୦) ପାକିସ୍ତାନର ବେଲୁଚିିସ୍ତାନରେ ହୋଇଥିବା ବିସ୍ଫୋରଣରେ ପାକିସ୍ତାନ ତେହେରିକ୍-ଇ-ଇନସାଫ୍ (ପିଟିଆଇ) ର ତିନିଜଣ ସଦସ୍ୟଙ୍କ ସମେତ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ହେବାର କିଛି ଘଣ୍ଟା ପରେ ଦଳ ଦ୍ୱାରା ଆୟୋଜିତ ଏକ ରାଲିରେ ଏହି ବିସ୍ଫୋରଣ ଘଟିଛି ।
ପାର୍ଟି ଦ୍ୱାରା ସେୟାର କରଯାଇଥିବା ଏକ ଭିଡିଓରେ ପିଟିଆଇର ବାଲୁଚିସ୍ତାନ ପ୍ରାଦେଶିକ ସାଧାରଣ ସମ୍ପାଦକ ସଲାର ଖାନ କାକର କହିଛନ୍ତି ଏହି ଘଟଣାରେ ତେହେରିକ-ଇ-ଇନସାଫର ତିନିଜଣ ଦଳୀୟ କର୍ମୀ ସହିଦ ହୋଇଥିଲେ ଏବଂ ୭ ଜଣ ଗୁରୁତର ଆହତ ହୋଇଛନ୍ତି ।

ଏହି ପରିପ୍ରେକ୍ଷୀରେ, ସିବି ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲର ମେଡିକାଲ୍ ଅଧୀକ୍ଷକ ଡକ୍ଟର ବାବର ପାକିସ୍ତାନର ଡନ୍ ଖବରକାଗଜକୁ କହିଛନ୍ତି ଯେ ବିସ୍ଫୋରଣରେ ୫ ଜଣ ଆହତ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା । ଅଧିକାରୀ କହିଛନ୍ତି ଯେ ଅଧିକାଂଶ ଆହତଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି ଏବଂ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି କହିଛନ୍ତି ବାବର ।
ଏହି ଭୟଙ୍କର ବିଷ୍ପେରଣର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ବମ୍ ବ୍ଲାଷ୍ଟ ହେବା ପରେ ଘଟଣା ସ୍ଥଳରେ ପିଟିଆଇ ସଦସ୍ୟଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟ ହୋଇଥିଲା । ପାର୍ଟି ସମର୍ôଥତ ପ୍ରାର୍ଥୀ ସଦ୍ଦାମ ତାରେନଙ୍କ ଦ୍ୱାରା ଆୟୋଜିତ ଏକ ନିର୍ବାଚନ ରାଲିରେ ଏହି ବିସ୍ଫୋରଣ ଘଟିଥିବା ପିଟିଆଇ ନେତା ସଲାର ଖାନ କାକର କହିଛନ୍ତି ।












Click it and Unblock the Notifications