ଆଫଗାନିସ୍ତାନ: ନମାଜପାଠ ପରେ ବୋମା ବିସ୍ଫୋରଣ, ୧୫ ମୃତ୍ୟୁ, ୨୭ ଆହତ
ଆଫଗାନିସ୍ତାନ: ନମାଜପାଠ ପରେ ବୋମା ବିସ୍ଫୋରଣ, ୧୫ ମୃତ୍ୟୁ, ୨୭ ଆହତ
ଆଫଗାନିସ୍ତାନ: ବୁଧବାର (ନଭେମ୍ବର 30) ଆଫଗାନିସ୍ତାନର ସମାଙ୍ଗନର ଏବକ ସହରରେ ଏକ ବୋମା ବିସ୍ଫୋରଣ ଘଟିଛି । ଜାହାଦିଆ ମଦ୍ରାସା ଠାରେ ଅପରାହ୍ନ ନମାଜ ପାଠ ପରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୧୦ ଜଣ ସ୍କୁଲ ଛାତ୍ର ଥିବାନେଇ ସୂଚନା ରହିଛି ।

ଆଫଗାନିସ୍ତାନର ରାଜଧାନୀ କାବୁଲଠାରୁ ପ୍ରାୟ ୨୦୦ କିଲୋମିଟର ଉତ୍ତରରେ ଥିବା ଆଇବାକର ଜଣେ ଡାକ୍ତର କହିଛନ୍ତି ଯେ ଅଧିକାଂଶ ଯୁବକ ଆହତ ହୋଇଛନ୍ତି ସେହିପରି ଅନେକ ଶିଶୁ ଏବଂ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ରୁ ଅଧିକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏହି ବିସ୍ଫୋରଣ ବୁଧବାର ଦ୍ୱିପ୍ରହରରେ ହୋଇଛି ।












Click it and Unblock the Notifications