ପାକିସ୍ତାନରେ ମସଜିଦ ଉପରକୁ ବୋମା ମାଡ଼: ୫ମୃତ

ପାକିସ୍ତାନରେ ପୁଣି ଫୁଟିଲା ବୋମା। ଶୁକ୍ରବାର ଦିନ ଉତ୍ତର-ପଶ୍ଚିମ ପାକିସ୍ତାନର ଏକ ମସଜିଦରେ ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ଅତି କମରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ଅନେକ ଆହତ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଆସୋସିଏଟେଡ୍ ପ୍ରେସ୍ ରିପୋର୍ଟ କରିଛି।

Bomb attack

ବରିଷ୍ଠ ପୁଲିସ ଅଧିକାରୀ ଅବଦୁଲ ରସିଦଙ୍କ ଅନୁଯାୟୀ, ବିସ୍ଫୋରଣଟି ଉତ୍ତର-ପଶ୍ଚିମ ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରଦେଶରେ ଥିବ‌ା ଆକ୍କୋରା ଖଟ୍ଟାକ ଜିଲ୍ଲାରେ ଘଟିଛି। କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରିବା ସହ ମୃତକ ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି। ବିସ୍ଫୋରଣ ଘଟିଥିବା ମସଜିଦର ନାମ ଜାମିଆ ହକ୍କାନିଆ। ଏହା ଆଫଗାନ ତାଲିବାନ ସହିତ ସମ୍ପର୍କ ପାଇଁ ଜଣାଶୁଣା। ତେବେ ଏପର୍ଯ୍ୟନ୍ତ କୌଣସି ଆତଙ୍କୀ ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି।

ମୁସଲମାନମାନଙ୍କର ପବିତ୍ର ରମଜାନ ମାସ ଆରମ୍ଭ ହେବା ପୂର୍ବରୁ ଏହି ଆକ୍ରମଣ କରାଯାଇଛି। ତେବେ ମୃତ୍ୟୁସଂଖ୍ୟା ବଢ଼ିବାରେ ବୋଲି ଆଶଙ୍କା କରୁଛି ପୁଲିସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+