ନାଇଜେରିଆରେ ବଡ଼ ନରସଂହାର, ୬୦ ଲୋକଙ୍କୁ ହତ୍ୟା କଲେ ଆତଙ୍କବାଦୀ
ନାଇଜେରିଆର ଉତ୍ତର-ପୂର୍ବ ବୋର୍ଣ୍ଣୋ ରାଜ୍ୟରେ ଆତଙ୍କୀ ଗୋଷ୍ଠୀ ବୋକୋ ହାରାମ ଦ୍ୱାରା ରାତିସାରା ଆକ୍ରମଣରେ ୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । ଆକ୍ରମଣ ଗତକାଲି ରାତିରେ ଏକ ଗାଁ ଉପରେ ହୋଇଥିଲା । ବୋକୋ ହାରାମର ସଦସ୍ୟମାନେ ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରିଥିଲେ। ସୂଚନା ଅନୁଯାୟୀ, ଆକ୍ରମଣକାରୀମାନେ ଗାଁରେ ନିଆଁ ଲଗାଇବା ସହିତ ଅନେକଙ୍କୁ ହତ୍ୟା କରିଥିଲେ।

ବୋର୍ଣ୍ଣୋ ରାଜ୍ୟ ରାଜ୍ୟପାଳ ବାବାଗାନା ଜୁଲୁମ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଆକ୍ରମଣ ହୋଇଥିବା ଅଞ୍ଚଳ ପରିଦର୍ଶନ କରିଛନ୍ତି। ଜୁଲୁମ କହିଛନ୍ତି, "ଆମେ ଲୋକଙ୍କ ପ୍ରତି ସମବେଦନା ଜଣାଉଛୁ ଏବଂ ଆମେ ସେମାନଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରିଛୁ। କାରଣ ଆମେ ସୁରକ୍ଷା ବୃଦ୍ଧି କରିବା ଏବଂ ସେମାନଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ସାମଗ୍ରୀ ଯୋଗାଇବା ପାଇଁ ବ୍ୟବସ୍ଥା କରିଛୁ।" ବାମାର ସ୍ଥାନୀୟ ସରକାରଙ୍କ ଅଧ୍ୟକ୍ଷ ମୋଡୁ ଗୁଜ୍ଜା କହିଛନ୍ତି ଯେ ଏଠାରେ ଡଜନରୁ ଅଧିକ ଘର ପୋଡ଼ି ଦିଆଯାଇଛି ଏବଂ ୧୦୦ରୁ ଅଧିକ ଲୋକଙ୍କୁ ଘର ଛାଡିବାବାକୁ ବାଧ୍ୟ କରାଯାଇଛି।
ସୂଚନା ଅନୁଯାୟୀ, ଆକ୍ରମଣକାରୀମାନେ ଗାଁରେ ନିଆଁ ଲଗାଇବା ସହିତ ଅନେକଙ୍କୁ ହତ୍ୟା କରିଥିଲେ। ଏହି ଘଟଣାରେ ଅନେକ ଘର ନଷ୍ଟ ହୋଇଛି ଏବଂ ବହୁ ଲୋକ ଆହତ ହୋଇଛନ୍ତି। ବୋର୍ଣ୍ଣୋ ରାଜ୍ୟରେ ବୋକୋ ହାରାମର ଏହି ଆକ୍ରମଣ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।












Click it and Unblock the Notifications