For Quick Alerts
Turn On Notification  
For Daily Alerts
Oneindia App Download

ଅଦେନ ବିମାନବନ୍ଦରରେ ବିସ୍ଫୋରଣ ; 22 ମୃତ, ଅଳ୍ପକେ ବର୍ତ୍ତିଲେ ୟେମେନ ପ୍ରଧାନମନ୍ତ୍ରୀ

ବୁଧବାର ଦିନ ଦକ୍ଷିଣ ୟେମେନର ଅଦେନ ସହରର ବିମାନବନ୍ଦରରେ ଏକ ବଡ଼ ବିସ୍ଫୋରଣ ହୋଇଛି | ଏହି ବିସ୍ଫୋରଣରେ 22 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 50 ଜଣ ଆହତ ହୋଇଛନ୍ତି |

|

ବୁଧବାର ଦିନ ଦକ୍ଷିଣ ୟେମେନର ଅଦେନ ସହରର ବିମାନବନ୍ଦରରେ ଏକ ବଡ଼ ବିସ୍ଫୋରଣ ହୋଇଛି | ଏହି ବିସ୍ଫୋରଣରେ 22 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 50 ଜଣ ଆହତ ହୋଇଛନ୍ତି | ଏଥିରେ ୟେମେନର ପ୍ରଧାନମନ୍ତ୍ରୀ ଅବଦୁଲ ମାଲିକ ସଇଦ ଓ ନୂତନ ଭାବେ ଗଠିତ କ୍ୟାବିନେଟକୁ ନେଇ ଏକ ବିମାନ ସେଠାରେ ଅବତରଣ କରିବାର କିଛି ସମୟ ପରେ ଏହି ବିସ୍ପୋରଣ ହୋଇଥିବା ନେଇ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି | ପ୍ରଧାନମନ୍ତ୍ରୀ ଏହି ଦୁରଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି |

ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ କୌଣସି ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରିନାହାନ୍ତି | ସରକାରୀ ବିମାନର କୌଣସି ବ୍ୟକ୍ତି ଆହତ ହୋଇନଥିବା ନେଇ ବିମାନବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି |

Aden-airport-blast

ବିମାନବନ୍ଦର ବିସ୍ପୋରଣ ପରେ କ୍ୟାବିନେଟ ସଦସ୍ୟମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ଅନ୍ୟ ଏକ ସ୍ଥାନରେ ମଧ୍ୟ କିଛି ସମୟ ପରେ ବିସ୍ପୋରଣ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଇଛି |

ବିମାନରେ ଥିବା ୟେମେନର ଯୋଗାଯୋଗ ମନ୍ତ୍ରୀ ନାଗୁଏବ ଅଲ-ଆଗ୍ ଆସୋସିଏଟେଡ୍ ପ୍ରେସ୍‌କୁ କହିଛନ୍ତି ଯେ ସେ ଏହି ଦୁଇଟି ବିସ୍ପୋରଣ ଡ୍ରୋନ୍‌ ଆକ୍ରମଣ | ଏହାପରେ ୟେମେନର ପ୍ରଧାନମନ୍ତ୍ରୀ ​​ଅବଦୁଲ ମାଲିକ ସଇଦ ଏବଂ ଅନ୍ୟମାନଙ୍କୁ ଶୀଘ୍ର ବିମାନବନ୍ଦରରୁ ସହରର ମାଶିକ ପ୍ୟାଲେସକୁ ନିଆଯାଇଥିଲା |

ସହରର ରାଜପ୍ରାସାଦର ଚାରିପାଖକୁ ସାମରିକ ଏବଂ ସୁରକ୍ଷା ବାହିନୀ ଜଗି ରହିଛନ୍ତି |

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
In a blast in Aden airport 22 killed an more than 50 injured.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X