କାବୁଲ୍ ମସ୍ଜିଦ୍ରେ ବିସ୍ଫୋରଣ: ଶତାଧିକ ଆହତ
କାବୁଲ: ଆଫ୍ଗାନିସ୍ତାନର ରାଜଧାନୀ କାବୁଲରେ ଆଜି ଭୟଙ୍କର ବିସ୍ଫୋରଣ ଘଟିଛି। କାବୁଲର ଏକ ମସଜିଦରେ ଏହି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଅନେକ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି । ଏଥିରେ ସଂଖ୍ୟାଧିକ ଆହତ ମଧ୍ୟ ହୋଇଛନ୍ତି। ଏହି ବିସ୍ଫୋରଣ ଘଟାଇଥିବା ନେଇ କୌଣସି ଆତଙ୍କବାଦୀ ସଂଗଠନ ଏପର୍ଯ୍ୟନ୍ତ କୌଣସି ପ୍ରକାରର ଦାବି କରିନାହାଁନ୍ତି।

କାବୁଲର ଏକ ମସଜିଦର ପ୍ରବେଶ ଦ୍ୱାରରେ ଆଜି ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଛନ୍ତି ତାଲିବାନର ଜଣେ ମୁଖପାତ୍ର । ତାଲିବାନର ମୁଖପାତ୍ର କହିଛନ୍ତି ଯେ ରବିବାର ଦିନ ଆଫଗାନିସ୍ତାନର ରାଜଧାନୀରେ ଏକ ମସଜିଦ ପ୍ରବେଶକୁ ଟାର୍ଗେଟ କରି ଏହି ବିସ୍ଫୋରଣ ଘଟାଯାଇଥିଲା। କାବୁଲର ଇଦ୍ଗା ମସଜିଦକୁ ଟାର୍ଗେଟ କରି ଏହି ବିସ୍ଫୋରଣ ଘଟିଥିଲା, ଯେଉଁଠାରେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ଙ୍କ ମାନଙ୍କ ପାଇଁ ଏକ ସଭାର ଆୟୋଜନ କରାଯାଉଥିଲା। ତେବେ ଅଗଷ୍ଟ ମଧ୍ୟଭାଗରେ ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରଠାରୁ ତାଲିବାନୀ ଆତଙ୍କବାଦୀଙ୍କ ବିରୋଧରେ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀ ଗୋଷ୍ଠୀର ଆତଙ୍କବାଦୀ ଆକ୍ରମଣ ଘଟଣା ବୃଦ୍ଧି ପାଇଛି। ଏବଂ ପରସ୍ପର ବିରୋଧରେ ଏହି ଆତଙ୍କବାଦ ବୃଦ୍ଧି ଘଟଣା ଦୁଇ ଉଗ୍ରବାଦୀ ଗୋଷ୍ଠୀ ମଧ୍ୟରେ ଆଗକୁ ବ୍ୟାପକ ବିବାଦ ହେବାର ସମ୍ଭାବନା ସୃଷ୍ଟି କରିଛି।












Click it and Unblock the Notifications