ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୪୦ ମୃତ, ୨ ଶହରୁ ଅଧିକ ଆହତ
Blast in Pakistan: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ଘଟଣାରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଶହରୁ ଅଧିକ ଆହତ ହୋଇଥିବା ସୂଚନା ଆସୁଛି । ଅନେକ ସଂକଟାପନ୍ନ ସ୍ଥିତିରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ବାଜୌର ଜିଲ୍ଲାରେ ଏହି ବିସ୍ଫୋରଣ ହୋଇଛି । ଏଠାରେ ଓଲେମା ଜମିୟତ ଇସଲାମ-ଫଜଲ ସଂଗଠନର ଏକ ସମ୍ମିଳନୀ ଚାଲିଥିବା ବେଳେ ବିସ୍ଫୋରଣ ହୋଇଥିଲା । ସେଠାରେ ୪ଶହ କର୍ମୀ ଉପସ୍ଥିତ ଥିଲେ । ଦଳର ସ୍ଥାନୀୟ ମୁଖ୍ୟ ମଧ୍ୟ ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ତେବେ ବିସ୍ଫୋରଣ ସ୍ଥଳରୁ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଆନନଫାନନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହି ଦଳ ପାକିସ୍ତାନ ମିଳିତ ସରକାରର ଅଂଶ ଏବଂ ଏହାର ମୁଖ୍ୟ ଜଣେ ତାଲିବାନ ସମର୍ଥକ ବୋଲି କୁହାଯାଉଛି । ତେବେ ଏହି ଆକ୍ରମଣ ପାଇଁ କୌଣସି ଆତଙ୍କୀ ସଂଗଠନ ନିଜକୁ ଏଯାଏଁ ଦାୟୀ କରିନାହାନ୍ତି ।












Click it and Unblock the Notifications