ପାକ୍ ଆର୍ମିର ୭ ସେନାକୁ ବନ୍ଧକ ରଖି ବିଏଲଏ କଲା ବଡ଼ ଦାବି, ମୁକ୍ତି ପାଇଁ ରଖିଲା କଡ଼ା ସର୍ତ୍ତ
: ବଲୁଚିସ୍ତାନର ବିଚ୍ଛିନ୍ନତା ପାଇଁ ଲଢୁଥିବା ଏକ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ, ବେଲୁଚିସ୍ତାନ ଲିବରେସନ ଆର୍ମି(ବିଏଲ୍ଏ) ୭ ଜଣ ପାକିସ୍ତାନୀ ସେନା ସୈନିକଙ୍କୁ ବନ୍ଧକ ରଖିଥିବା ଦାବି କରିଛି। ବିଏଲ୍ଏ ବନ୍ଧକ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କ ଏକ ଭିଡିଓ ମଧ୍ୟ ଜାରି କରିଛି। ଏହି ଗୋଷ୍ଠୀ ବଲୁଚି ବନ୍ଦୀମାନଙ୍କୁ ମୁକ୍ତ କରିବା ବଦଳରେ ବନ୍ଧକଙ୍କୁ ବଦଳ କରିବାକୁ ଦାବି କରି ପାକିସ୍ତାନ ସରକାରଙ୍କୁ ୭ ଦିନର ଅଲ୍ଟିମେଟମ୍ ଦେଇଛି।
ବିଏଲ୍ଏର ମିଡିଆ ଚ୍ୟାନେଲ ହକ୍କାଲରେ ପ୍ରକାଶିତ ଭିଡିଓରେ କୁହାଯାଇଛି, ପାକିସ୍ତାନୀ ସୁରକ୍ଷାକର୍ମୀଙ୍କୁ ସମ୍ପ୍ରତି ଆରମ୍ଭ ହୋଇଥିବା ଅପରେସନ୍ ହେରୋଫ୍ ୨.୦ ସମୟରେ ବନ୍ଦୀ କରାଯାଇଥିଲା। ବିଏଲ୍ଏ କହିଛି, ଅପରେସନ୍ ହେରୋଫ୍ ୨.୦ ସମୟରେ ଓରାଞ୍ଚ ଅଞ୍ଚଳରେ ସାତ ଜଣ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କୁ ବନ୍ଦୀ କରାଯାଇଥିଲା। ବଲୁଚ ଲିବରେସନ୍ ଆର୍ମିର କମାଣ୍ଡ କାଉନସିଲ୍ ବନ୍ଧକଙ୍କ ବିନିମୟ ପାଇଁ ଆଲୋଚନା କରିବା ଲାଗି ପାକିସ୍ତାନକୁ ସାତ ଦିନ ସମୟ ଦେବାକୁ ନିଷ୍ପତ୍ତି ନେଇଛି।

ହକ୍କାଲ ମିଡିଆ ଦ୍ୱାରା ପ୍ରକାଶିତ ଏକ ଭିଡିଓରେ, ଜଣେ ପାକିସ୍ତାନୀ ସୁରକ୍ଷାକର୍ମୀନିଜର ନାମ ଓ ପଦବୀ ପ୍ରକାଶ କରୁଛନ୍ତି ଓ ବିଏଲ୍ଏର ଦାବି ପୂରଣ କରି ନିଜର ଓ ସାଥୀ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଅନୁରୋଧ କରୁଛନ୍ତି। ବିଏଲ୍ଏ ପାକିସ୍ତାନୀ ସୁରକ୍ଷାକର୍ମୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଥିଲା। ଏବେ ବିଏଲ୍ଏ ଏହି ଭିଡିଓ ପାକିସ୍ତାନ ସେନାର ଚିନ୍ତା ବଢ଼ାଇଛି।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications