ମାଇକ୍ରୋସଫ୍ଟର କୋ-ଫାଉଣ୍ଡର କରୋନା ପଜିଟିଭ
କରୋନା ସଂକ୍ରମିତ ହେଲେ ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ବିଲ୍ ଗେଟ୍ସ । ନିଜେ ଟ୍ବିଟ କରି ଏନେଇ ସୂଚନା ଦେଇଛନ୍ତି।
ନ୍ୟୁୟର୍କ: କରୋନା ସଂକ୍ରମିତ ହେଲେ ମାଇକ୍ରୋସଫ୍ଟର କୋ-ଫାଉଣ୍ଡର ବିଲ୍ ଗେଟ୍ସ । । ନିଜେ ଟ୍ବିଟ କରି ଏନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କର ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହେଉଥିବା କହିଛନ୍ତି ଗେଟ୍ସ।

ସୁସ୍ଥ ନହେବା ପର୍ଯ୍ୟନ୍ତ ସେ ନିଜକୁ ଆଇସୋଲେସନ୍ରେ ରଖିବେ ବୋଲି କହିଛନ୍ତି । ସେ ବୁଷ୍ଟର ଡୋଜ୍ ନେଇଥିବା ସହ ତାଙ୍କର ଉତ୍କୃଷ୍ଟ ଚିକିତ୍ସା ସେବା ପାଇଁ ସୁବିଧା ଥିବା ପ୍ରକାଶ କରିଛନ୍ତି।
ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ବିଶ୍ବର ସବୁଠାରୁ ପ୍ରଭାବଶାଳୀ ଘରୋଇ ଫାଉଣ୍ଡେସନ ମଧ୍ୟରୁ ଗୋଟିଏ । ଯାହା ନିକଟରେ ପ୍ରାୟ ୬୫ ବିଲିୟନ ଡଲାରର ସମ୍ପତ୍ତି ରହିଛି । ବିଲ୍ ଗେଟ୍ସ ମହାମାରୀ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ସମର୍ଥନ କରିଛନ୍ତି। ଏଥିସହ ଗରିବ ଦେଶ ମାନଙ୍କରେ କରୋନା ଟିକା ଏବଂ ଔଷଧ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କାମ କରୁଛନ୍ତି ।
ଗେଟ୍ସ ଫାଉଣ୍ଡେସନ ଆଣ୍ଟିଭାଇରାଲ୍ କୋଭିଡ୍-୧୯ ବଟିକାର ଜେନେରିକ୍ ଭର୍ସନକୁ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ଘୋଷଣା କରିଥିଲା । ଏଥପାଇଁ ୧୨୦ ମିଲିୟନ ଡଲାର ଖର୍ଚ୍ଚ କରିବାନେଇ ସ୍ଥିର କରାଯାଇଥିଲା ।
କିଛି ଦିନ ପୂର୍ବରୁ ବିଲ ଗେଟ୍ସ ଅନ୍ୟ ଏକ ମହାମାରୀ ନେଇ କହିଥିଲେ । ସାରା ବିଶ୍ବର ଲୋକ ଏହି ମହାମାରୀରେ ପ୍ରଭାବିତ ହେବା ନେଇ ସେ ମତ ରଖିଥିଲେ । ବର୍ତ୍ତମାନ କୋଭିଡ ମାମଲା ହ୍ରାସ ପାଇବାରେ ଲାଗିଛି, କାରଣ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସମସ୍ତେ ଭାକ୍ସିନ ନେଇସାରିଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications