କର୍ମଚାରୀଙ୍କୁ କ୍ଷମା ମାଗିଲେ ବିଲ୍ ଗେଟ୍ସ, ଜାଣନ୍ତୁ କାରଣ......
ନିକଟରେ ପ୍ରକାଶିତ 'ଏପ୍ଷ୍ଟିନ୍ ଫାଇଲ୍ସ' କୁ ନେଇ ବିବାଦ ଘେରରେ ଥିବା ବିଲ୍ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ଗେଟ୍ସ ଶେଷରେ ନିଜର ନିରବତା ଭାଙ୍ଗିଛନ୍ତି। ନିଜ ସଂସ୍ଥା ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ କର୍ମଚାରୀମାନଙ୍କ ସହ ଆୟୋଜିତ ଏକ ଟାଉନ୍ ହଲ୍ ମିଟିଂରେ ସେ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଆମେରିକାର ଚର୍ଚ୍ଚିତ ଯୌନ ଅପରାଧୀ ଜେଫ୍ରି ଏପ୍ଷ୍ଟିନ୍ ସହ ସମ୍ପର୍କ ରଖିବା ତାଙ୍କ ଜୀବନର ଏକ ବଡ଼ ଭୁଲ୍ ଥିଲା ବୋଲି ସେ ସ୍ୱୀକାର କରିଛନ୍ତି।
ସୂଚନାଯୋଗ୍ୟ, ଏହି ବିବାଦ ପରେ ଗେଟ୍ସ ନିକଟରେ ଅନୁଷ୍ଠିତ ଭାରତ ଏଆଇ ଇମ୍ପାକ୍ଟ ସମିଟ୍-୨୦୨୬ରେ ସାମିଲ ହୋଇନଥିଲେ। ଆଜି ଗେଟ୍ସ କହିଛନ୍ତି ଯେ ଏପ୍ଷ୍ଟିନ୍ ସହ ତାଙ୍କର ସମ୍ପର୍କ ଫାଉଣ୍ଡେସନ୍ର ପ୍ରତିଷ୍ଠା ଉପରେ ଏକ କଳା ବାଦଲ ଭଳି ଘୋଟି ରହିଛି। ସେ ଏଥିପାଇଁ ନିଜକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି।

ଏହି ଫାଇଲ୍ସରେ ଉଲ୍ଲେଖ ଥିବା ଦୁଇ ଜଣ ରୁଷୀୟ ମହିଳାଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ଥିବା କଥା ସେ ମାନିଛନ୍ତି। ତେବେ ଏହି ମହିଳାମାନେ ଏପ୍ଷ୍ଟିନ୍ ଦ୍ୱାରା ଶୋଷଣର ଶିକାର ହୋଇଥିବା ପୀଡ଼ିତାଙ୍କ ମଧ୍ୟରେ ସାମିଲ ନଥିଲେ ବୋଲି ସେ ସ୍ପଷ୍ଟ କରିଛନ୍ତି।ଫାଇଲ୍ରେ ଥିବା କିଛି ଝାପ୍ସା ମୁହଁର ଫଟୋ ବିଷୟରେ ସେ କହିଛନ୍ତି ଯେ, ଏଗୁଡ଼ିକ ଏପ୍ଷ୍ଟିନ୍ଙ୍କ ସହଯୋଗୀମାନଙ୍କର ଫଟୋ, ଯାହା ସେତେବେଳେ ସାଧାରଣ ଭାବେ ଉଠାଯାଇଥିଲା ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications