ଇମ୍ରାନ୍ ଖାନଙ୍କୁ ବଡ଼ ଝଟକା, ଏପ୍ରିଲ ୯ ରେ ହେବ ଅନାସ୍ଥା ଭୋଟିଂ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା । ଅନାସ୍ଥା ପ୍ରସ୍ତାବ ଖାରଜକୁ ଅସାମ୍ବିଧାନିକ କହିଛନ୍ତି ସୁପ୍ରିମକୋର୍ଟ । ଏପ୍ରିଲ ୯ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା । ଅନାସ୍ଥା ପ୍ରସ୍ତାବ ଖାରଜକୁ ଅସାମ୍ବିଧାନିକ କହିଛନ୍ତି ସୁପ୍ରିମକୋର୍ଟ । ଏପ୍ରିଲ ୯ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏପ୍ରିଲ ୯ ତାରିଖ ଦିନ ୧୦ଟାରେ ଅନାସ୍ଥା ଭୋଟିଂ ହେବ।

ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆସ୍ଥା ଭୋଟକୁ ରଦ୍ଦ କରିବାକୁ ନ୍ୟାସନାଲ ଆସେମ୍ବଲିର ଉପବାଚସ୍ପତି କାସିମ ସୁରୀଙ୍କ ନିଷ୍ପତି ଭୁଲ ବୋଲି ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଦେଇଛନ୍ତି । ଏହାସହ ଏପରି ନିଷ୍ପତି ପାକିସ୍ତାନ ସମ୍ବିଧାନର ଧାରା ୯୫ର ବିରୁଦ୍ଧାରଚରଣ ବୋଲି କୋର୍ଟ କହିଛନ୍ତି ।
ତେବେ ଏହି ପ୍ରସଙ୍ଗରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଉମର ଆଟା ବାନ୍ଦିଆଲଙ୍କ ଅଧ୍ୟକ୍ଷତାରେ ଥିବା ୫ଜଣିଆ ବେଂଚ ଏହି ମନ୍ତବ୍ୟ ଦେଇଛନ୍ତି ।












Click it and Unblock the Notifications