ୟୁକ୍ରେନ ଉପରେ ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିସାଇଲ ଆକ୍ରମଣ କଲା ରୁଷ
ନୂଆଦିଲ୍ଲୀ : ଭ୍ଲାଦିମିର ପୁଟିନ ଆଣବିକ ଅସ୍ତ୍ର ବ୍ୟବହାର କରିବା ନିୟମ ପରିବର୍ତ୍ତନ କରିବାର ଗୋଟିଏ ଦିନ ପରେ ରୁଷିଆ ୟୁକ୍ରେନରେ ଉପରେ ଇଣ୍ଟର-କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ କିମ୍ବା ଆଇସିବିଏମ୍ ମାଡ଼ କରିଛି। ଏହି ମିସାଇଲ ପାରମ୍ପାରିକ (ଅଣ-ଆଣବିକ) ହୋଇଥିଲେ ମଧ୍ୟ ଏହାଦ୍ୱାରା ରୁଷିଆ ୟୁକ୍ରେନ ଏବଂ ଏହାର ପାଶ୍ଚାତ୍ୟ ସହଯୋଗୀ ଦେଶମାନଙ୍କୁ କଡା ଚେତାବନୀ ଯେ, ମସ୍କୋର ସହନ ସୀମାକୁ ସମ୍ମାନ ଦିଆଯିବା ଆବଶ୍ୟକ।
ରୁଷ ICBM ଉତକ୍ଷେପଣ କରିଥିବା ନେଇ ୟୁକ୍ରେନ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ୟୁକ୍ରେନ ବାୟୁସେନା ଏନେଇ ଏକ ବିବୃତ୍ତି ଜାରି କରି କହିଛି ଯେ, ୟୁକ୍ରେନ ଉପରେ ରୁଷ ଇଣ୍ଟର-କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ମାଡ଼ କରିଛି। କିନ୍ତୁ ଏହା କେଉଁ ପ୍ରକାର ଯୁଦ୍ଧାସ୍ତ୍ର କିମ୍ବା ଏହା ପରମାଣୁ ଅସ୍ତ୍ରଶସ୍ତ୍ର କି ନୁହେଁ ସନେଇ ବାୟୁସେନା ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ICBM ହେଉଛି ରୁଷ ଆଣବିକ ଅସ୍ତ୍ରଶସ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହାକୁ ଆଣବିକ ୱାରହେଡ୍ ନେବା ଆଣିବା ପାଇଁ ପ୍ରସ୍ତୁତ କରାଯାଇଥିଲା, ତଥାପି ପାରମ୍ପରିକ ୱାରହେଡ ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣବିକ ନୀତିରେ ତୁରନ୍ତ ପରିବର୍ତ୍ତନ ଆଣି ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଥିଲେ। ଯଦି ଗୋଟିଏ ଆଣବିକ ଯୁଦ୍ଧାସ୍ତ୍ର ରାଷ୍ଟ୍ର ଅଣ ଆଣବିକ ଯୁଦ୍ଧାସ୍ତ୍ର ରାଷ୍ଟ୍ରକୁ ସମର୍ଥନ କରିବ, ତେବେ ସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ ପୁଟିନ।












Click it and Unblock the Notifications