ଟୋକିଓରେ 7.1 ତୀବ୍ରତାର ଭୂକମ୍ପ ଝଟକା, ସୁନାମି ନେଇ ଦିଆଗଲା ଚେତାବନୀ
ବୁଧବାର ଜାପାନର ରାଜଧାନୀ ଟୋକିଓରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଜାପାନର ଟୋକିଓର ଉତ୍ତର-ପୂର୍ବରେ 297 କିଲୋମିଟର ଦୂରରେ 7.1 ତୀବ୍ରତାର ଏକ ଭୂକମ୍ପ ଆଜି ରାତି ପ୍ରାୟ 8.06 ସମୟରେ ଘଟିଛି।
ଟୋକିଓ: ବୁଧବାର ଜାପାନର ରାଜଧାନୀ ଟୋକିଓରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଜାପାନର ଟୋକିଓର ଉତ୍ତର-ପୂର୍ବରେ 297 କିଲୋମିଟର ଦୂରରେ 7.1 ତୀବ୍ରତାର ଏକ ଭୂକମ୍ପ ଆଜି ରାତି ପ୍ରାୟ 8.06 ସମୟରେ ଘଟିଛି। ଏତେ ଉଚ୍ଚ ତୀବ୍ରତାର ଭୂକମ୍ପ ପରେ ଉତ୍ତର-ପୂର୍ବ ଉପକୂଳର କିଛି ଅଂଶ ପାଇଁ ସୁନାମି ପରାମର୍ଶ ଜାରି କରାଯାଇଛି । ଜାପାନ ବ୍ୟତୀତ ଭାରତର ଲଦାଖରେ ପ୍ରାୟ 5.2 ତୀବ୍ରତାର ଭୂକମ୍ପ ମଧ୍ୟ ଅନୁଭୂତ ହୋଇଥିଲା।

ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଜାପାନର ଫୁକୁସିମା ଅଞ୍ଚଳ ଉପକୂଳରୁ 60 କିଲୋମିଟର ଗଭୀରତାରେ ଏହି ଭୂକମ୍ପ କେନ୍ଦ୍ରୀଭୂତ ହୋଇଥିଲା ଏବଂ ସ୍ଥାନୀୟ ସମୟ ରାତି 11: 36 ପରେ କିଛି ସମୟ ପାଇଁ ଏକ ମିଟର ସୁନାମି ପାଇଁ ଚେତାବନୀ ଦିଆଯାଇଛି ।
ଏହି ଭୂକମ୍ପରେ ଏପର୍ଯ୍ୟନ୍ତ କୌ ଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। ତେବେ ପ୍ରାୟ ଦୁଇ ଲକ୍ଷ ଘରର ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଛି, ସେଥିମଧ୍ୟରୁ 7 ଲକ୍ଷ କେବଳ ଟୋକିଓରେ ଅଛି। ଟୋକିଓର ବିଦ୍ୟୁତ୍ ଯୋଗାଣକାରୀ ଟେପ୍କୋ ଏହି ସୂଚନା ଦେଇଛି ।












Click it and Unblock the Notifications