ପାକିସ୍ତାନ ସେନା କ୍ୟାମ୍ପରେ ବଡ଼ଧରଣର ବିସ୍ଫୋରଣ, ୨୪ ପାକିସ୍ତାନୀ ସୈନିକ ମୃତ

ଇଣ୍ଟର ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ଅନୁଯାୟୀ, ଡିସେମ୍ବର ୧୨ ତାରିଖ ସକାଳେ ୬ ଜଣ ଆତଙ୍କବାଦୀ ସୁରକ୍ଷା ପୋଷ୍ଟ ଉପରେ ଆକ୍ରମଣ କରିଥିଲେ । ତେବେ ପାକ ସେନାର ପ୍ରବଳ ପ୍ରତିରୋଧ ଫଳରେ ପୋଷ୍ଟ ଭିତରକୁ ପ୍ରବେଶ ଉଦ୍ୟମକୁ ସଫଳ ଭାବେ ବିଫଳ କରାଯାଇଥିଲା । କିନ୍ତୁ ଏହା ପରେ ଆତଙ୍କବାଦୀମାନେ ଏକ ବିସ୍ଫୋରକ ବୋଝେଇ ଗାଡ଼ିକୁ ପୋଷ୍ଟ ଭିତରକୁ ପ୍ରବେଶ କରାଇ ଆତ୍ମଘାତୀ ବିସ୍ଫୋରଣ କରିଥିଲେ ।
ଏହି ଆକ୍ରମଣ ପାଇଁ ତେହରିକ-ଏ-ତାଲିବାନ ନିଜକୁ ଦାୟୀ କରିଛି । ସୂଚନାଯୋଗ୍ୟ, ଏହି ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନ ଭଳି ପାକିସ୍ତାନରେ ସରକାର ଗଠନ କରିବାକୁ ଚାହୁଁଛି । ସେଥିପାଇଁ ସେ ଲଗାତାର ସରକାରୀ ବିଭାଗ ଓ ଅଧିକାରୀଙ୍କୁ ଟାର୍ଗେଟ କରୁଛନ୍ତି । ସ୍ଥାନୀୟ ପୁଲିସର କହିବାନୁସାରେ, ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୁଲିସକୁ ସଚେତନ କରାଯାଇଥିଲା । ଏହି ଅଞ୍ଚଳର ଲୋକଙ୍କୁ ସଚେତନ କରାଯାଇଥିଲା ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା । ଯେଉଁଥିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ ।ଖାଇବର ପାଖ୍ଟନଖୱାଠାରେ ସ୍କୁଲ ଏବଂ କଲେଜ ବନ୍ଦଏହି ଆତଙ୍କବାଦୀ ଘଟଣା ପରେ ତୁରନ୍ତ ଏକ ନୂତନ ପୂଲିସ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା । ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଜିଲ୍ଲା ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ଏବଂ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି ।
ତେହେରିକ୍-ଇ-ଜିହାଦ୍ ପାକିସ୍ତାନ କ'ଣ?
ଟିଜିପି ପ୍ରତୀକ ହେଉଛି ଏକ କାଠ ଷ୍ଟାଣ୍ଡ ଉପରେ ଦୁଇଟି ଖଣ୍ଡା ଯାହା ସାଧାରଣତ ଧାର୍ମିକ ପୁସ୍ତକ ଧରି ରଖିବା ପାଇଁ ବ୍ୟବହୃତ ହୁଏ, ପୃଷ୍ଠଭୂମିରେ ପାକିସ୍ତାନର ବିକୃତ ମାନଚିତ୍ର । ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଜାମ୍ମୁ କାଶ୍ମୀରକୁ ଏହି ମାନଚିତ୍ରରେ ଭୁଲ ଭାବରେ ଦର୍ଶାଯାଇଛି । ୱାଶିଂଟନ୍ ଡିସି ଭିତ୍ତିକ ଥିଙ୍କ ଟ୍ୟାଙ୍କ ମିଡିଲ୍ ଇଷ୍ଟ ମିଡିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅନୁଯାୟୀ, ଚଳିତ ବର୍ଷ ଫେବୃଆରୀରେ ପ୍ରତିଷ୍ଠିତ ଟିଜେପି ମୌଲାନା ଅବଦୁଲ୍ଲା ୟାଗିସ୍ତାନୀଙ୍କୁ ଏହାର ଆମୀର ଏବଂ ମଲ୍ଲିକା ମହମ୍ମଦ କାସୀମଙ୍କୁ ଏହାର ମୁଖପାତ୍ର ଭାବରେ ଘୋଷଣା କରିଛି ।
ପାକିସ୍ତାରେ କେବେ ଠୁ ଲାଇମଲାଇଟ୍କୁ ଆସିଲା ଟିଜିପି?
ମେ ୧୨, ୨୦୨୩ ରେ, ଟିଜିପି ଉତ୍ତର ବେଲୁଚିସ୍ତାନରେ ପାକିସ୍ତାନୀ ସେନା ଶିବିର ଉପରେ ଆକ୍ରମଣ କରିଥିଲା । ଏହି ସାମରିକ ଶିବିର ପାକିସ୍ତାନର ପାରାମିଲିଟାରୀ ଫୋର୍ସ ଫ୍ରଣ୍ଟିଅର୍ କର୍ପସ (ଏଫସି) ଉପରେ ଥିଲା । ମେ ମାସରେ, ଟିଜପି ଗୋଷ୍ଠୀ ବାଲୁଚିସ୍ତାନର ଏକ ଏଫସି କ୍ୟାମ୍ପ ଉପରେ ଆକ୍ରମଣ କରିଥିବା ୬ଜଣଙ୍କ ଫଟୋ ପ୍ରକାଶ କରିଥିଲୋ ଆଉ ଏହି ଚିତ୍ରଗୁଡ଼ିକରେ ଆକ୍ରମଣକାରୀଙ୍କୁ ଶହୀଦର ମାନ୍ୟତା ଦିଆଯାଇଥିଲା । ଟିଜିପି ନିଜକୁ ପାକିସ୍ତାନ ସେନାର ସବୁଠାରୁ ବଡ ଶତ୍ରୁ ବୋଲି କହିଛି । ସେ ପାକିସ୍ତାନୀ ସେନାକୁ ଉପନିବେଶକାରୀ ଶକ୍ତିର ଆକ୍ରମଣକାରୀ ତଥା ରକ୍ଷକ ଭାବରେ ବର୍ଣ୍ଣନା କରିଛନ୍ତି । ଏହା ବ୍ୟତୀତ ସେ ପାକିସ୍ତାନରେ ଶାରିଆ ଆଇନର ସମର୍ଥକ ଅଟନ୍ତି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍









Click it and Unblock the Notifications