ପୁରିନ ସରକାରଙ୍କ ବଡ ଘୋଷଣା, ୨୦୨୫ ସୁଦ୍ଧା କ୍ୟାନ୍ସର ଟିକାର ମାନବ ପରୀକ୍ଷଣ
ହାରିବ କ୍ୟାନସର, ଜିତିବ ମଣିଷ। କ୍ୟାନସର ଟିକା ବିକଶିତ କରିଛି ରୁଷ । ସ୍ପଟୁନିକ -V କୋଭିଡ ଭ୍ୟାକ୍ସିନ ବିକଶିତ ହୋଇଥିବା ରୁଷିଆର ଗାମାଲେୟା ନେସନାଲ ରିସର୍ଚ୍ଚ ସେଣ୍ଟରରେ କ୍ୟାନସର ଟିକା ବିକଶିତ ହୋଇଛି । ଏହାର ମାନବ ପରୀକ୍ଷଣ ହେବ ।

୨୦୨୫ ଶେଷ ଆଡ଼କୁ ମାନବ ପରୀକ୍ଷଣ ପାଇଁ ରୁଷ ସରକାର ଘୋଷଣା କରିଛନ୍ତି । ପ୍ରାରମ୍ଭିକ ଭାବେ ଚର୍ମ କ୍ୟାନସର ରୋଗ ପାଇଁ ଲଏହି ଟିକା ପରୀକ୍ଷଣ ହେବ। ପରେ ଅନ୍ୟ କ୍ୟାନସର ପାଇଁ ପରୀକ୍ଷା କରାଯିବ। ଏହା mRNA ଟିକା । ଯାହା ଜେନେଟିକ ଗଠନ ଉପରେ ଆଧାରିତ।
ଏହି ଟିକା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କ୍ୟାନସର କୋଷକୁ ଚିହ୍ନଟ କରି ନଷ୍ଟ କରିଦେବ । ସଫଳ ହେଲେ ରୁଷ ନାଗରିକଙ୍କୁ ମାଗଣାରେ ଯୋଗାଇ ଦେବେ ସରକାର । ପ୍ରତି ଡୋଜ୍ ର ମୂଲ୍ୟ ରହିବ ୨ ହଜାର ୮୬୯ ଡଲାର । ପ୍ରାକ-କ୍ଲିନିକାଲ ପରୀକ୍ଷଣରେ ଏହି ଟିକା ଟ୍ୟୁମର ବୃଦ୍ଧି ଏବଂ ମେଟାଷ୍ଟାସିସ୍ ବା କ୍ୟାନସରର ବିସ୍ତାର ରୋକିବାରେ ସଫଳତା ପ୍ରଦର୍ଶନ କରିଛି ।
ଏହାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ମସ୍କୋରେ ହର୍ଟସେନ ରିସର୍ଚ ଇନଷ୍ଟିଟ୍ୟୁଟ ଏବଂ ଏନ.ଏନ. ବ୍ଲୋଖିନ ନ୍ୟାସନାଲ ମେଡିକାଲ ରିସର୍ଚ ସେଣ୍ଟରରେ ଆରମ୍ଭ ହେବ। ଏହି ଟିକା ପ୍ରସ୍ତୁତିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରାଯାଇଛି । ଯାହା ଟ୍ୟୁମରର ଜେନେଟିକ ମ୍ୟୁଟେସନକୁ ଏକ ଘଣ୍ଟାରୁ କମ ସମୟରେ ଚିହ୍ନଟ କରିପାରୁଛି। ଏହି ଟିକା କ୍ୟାନସର ପ୍ରତିରୋଧ ନୁହେଁ, ବରଂ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେବ ।
ବିଶ୍ୱବ୍ୟାପୀ ବୈଜ୍ଞାନିକମାନେ ଏହି ଟିକାର କ୍ଲିନିକାଲ ପରୀକ୍ଷଣ ଫଳାଫଳକୁ ଅପେକ୍ଷା କରିଛନ୍ତି। ଏହି ଟିକା ନିଓଆଣ୍ଟିଜେନ (neoantigens) ଉପରେ କାର୍ଯ୍ୟ କରେ। ଯାହା କେବଳ କ୍ୟାନସର କୋଷରେ ମିଳିଥାଏ।
ବିଶ୍ୱରେ ଅନ୍ୟାନ୍ୟ ଦେଶ ମଧ୍ୟ ଏମଆରଏନଏ ଆଧାରିତ କ୍ୟାନସର ଟିକା ଉପରେ ଗବେଷଣା କରୁଛନ୍ତି । ଆମେରିକା ଓ UKର ବାୟୋ ଏନଟେକ ଏବଂ ମୋଡେର୍ଣ୍ଣା ଭଳି ସଂସ୍ଥା ଏ ଦିଗରେ କାର୍ଯ୍ୟ କରୁଛନ୍ତି ।












Click it and Unblock the Notifications