ଟ୍ରମ୍ପ ବାଇଡେନ୍‌ଙ୍କ ମଧ୍ୟରେ ଏହି ଦିନ ହେବ ଆଲୋଚନା, ଜାଣନ୍ତୁ କଣ ପାଇଁ ?

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‍ଙ୍କ ସହ ସାକ୍ଷାତ୍‍ ଆଲୋଚନା କରିବେ । ହ୍ୱାଇଟ୍‍ ହାଉସ୍‍ ଗଣମାଧ୍ୟମ ସଚିବ କାରିନ୍‍ ଜିନ୍‍-ପିଏରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ପୂର୍ବାହ୍ନ ୧୧ଟାରେ ଏହି ବୈଠକ ଅନୁଷ୍ଠିତ ହେବ । ବିଦାୟୀ ରାଷ୍ଟ୍ରପତି ଏବଂ ଆଗାମୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଏହା ହେଉଛି ପରମ୍ପରାଗତ ସାକ୍ଷାତ୍‍ ।

Biden and Trump

ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ଜଣାପଡିଛି । ଆସନ୍ତା ଜାନୁଆରୀ ୨୦ ତାରିଖରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ରାଷ୍ଟ୍ରପତି ନିର୍ବାଚନରେ ଅତିକମ୍‍ରେ ୩୦୧ଟି ଇଲେକ୍ଟ୍ରୋରାଲ ଭୋଟ୍‍ ସହ ଶ୍ରୀ ଟ୍ରମ୍ପ ବିଜୟୀ ହୋଇଛନ୍ତି । ୪୫ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିବା ଶ୍ରୀ ଟ୍ରମ୍ପ ଦ୍ୱିତୀୟ ରାଷ୍ଟ୍ରପତି ଭାବେ ଦୁଇଥର କାର୍ଯ୍ୟ କରିବେ । ଶ୍ରୀ ଟ୍ରମ୍ପଙ୍କ ପୂର୍ବରୁ ଗ୍ରୋଭର କ୍ଲିଭଲାଣ୍ଡ ଆମେରିକାର ୨୨ତମ ଏବଂ ୨୪ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ
କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+