Pakistan Elections: ନିର୍ବାଚନ ପୂର୍ବରୁ ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ୧୦ ପୋଲିସ କର୍ମଚାରୀ ମୃତ
Pakistan Elections: ଫେବୃଆରୀ 8 ରେ ପାକିସ୍ତାନରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିବାକୁ ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ବୋମା ବିସ୍ଫୋରଣ କରୁଛନ୍ତି ଏବଂ ବର୍ତ୍ତମାନ ବାଲୁଚିସ୍ତାନର ନୁଶ୍କି ଜିଲ୍ଲା ଅନ୍ତର୍ଗତ ପାକିସ୍ତାନ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ ଘଟିଛି।
ଅନ୍ୟପକ୍ଷରେ, ସୋମବାର ଦିନ ପାକିସ୍ତାନ ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଇସମାଇଲ ଖାନ ଜିଲ୍ଲାର ଏକ ପୋଲିସ ଷ୍ଟେସନରେ ବିଳମ୍ବିତ ରାତିରେ ହୋଇଥିବା ଆକ୍ରମଣରେ ଅତି କମରେ 10 ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଆତଙ୍କବାଦୀମାନେ ସକାଳ ପ୍ରାୟ 3 ଟାରେ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ। ସେହିପରି ସମସ୍ତ ଆହତମାନଙ୍କୁ DHQ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ବାଲୁଚିସ୍ତାନ ବୋମା ବିସ୍ଫୋରଣରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ। ଗତ ସପ୍ତାହରେ କରାଚିରେ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ବାହାରେ ମଧ୍ୟ ଏକ ବୋମା ବିସ୍ଫୋରଣ ହୋଇଥିଲା। ଯେଉଁଠାରେ ଅଫିସ୍ କାନ୍ଥ ନିକଟରେ ଥିବା ଏକ ସପିଂ ବ୍ୟାଗରେ ବିସ୍ଫୋରକ ସାମଗ୍ରୀ ମିଳିଥିଲା।
ତେବେ ନିର୍ବାଚନ ପୂର୍ବରୁ ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହେଉଛି । ଖାସ୍ କରି ପୋଲିସ ଷ୍ଟେସନ୍ ଏବଂ ରାଜନୈତିକ ଅନୁଷ୍ଠାନକୁ ଟାର୍ଗେଟ୍ କରାଯାଉଛି । ଫେବୃଆରୀ 8 ରେ ପାକିସ୍ତାନ ସାଧାରଣ ନିର୍ବାଚନ ହେବା ନେଇ ସୂଚନା ରହିଛି । ହେଲେ ବଢୁଥିବା ହିଂସା, ଆକ୍ରମଣକୁ ପରେ ପାକିସ୍ତାନର ଚାରିଟି ପ୍ରଦେଶରେ ନିର୍ବାଚନକୁ ନେଇ ପ୍ରଶ୍ନ ଉଠୁଛି ।












Click it and Unblock the Notifications