ଜୁସ ପିଉଥିଲେ ସାବଧାନ ; ପରିସ୍ରା ମିଶାଇ ଦେଉଥିଲେ ଲୋକଙ୍କୁ ପିଇବା ପାଇଁ, ଦୁଇ ଜଣଙ୍କୁ ଗିରଫ କଲା ପୋଲିସ
ଜୁସ୍ ପିଉଥିଲେ ସାବଧାନ୍। ଆପଣ ଯଦି ମାର୍କେଟରେ ଥିବା ଜୁସ ଦୋକାନରେ ଜୁସ ପିଇବାକୁ ଯାଉଛନ୍ତି ତେବେ ସତର୍କ ହୋଇଯାଆନ୍ତୁ। କାରଣ ଜୁସ୍ରେ କିଛି ଦୋକାନୀ ପରିସ୍ରା ମିଶାଉଥିବା ନଜରକୁ ଆସିଛି। ଏମିତି ଏକ ଘଟଣା ଜଣାପଡ଼ିବା ପରେ ନିସ୍ତୁକ ମାଡ ଖାଇଛନ୍ତି ଦୁଇ ଜଣ ଦୋକାନୀ। ଏହି ଘଟଣାଟି ଘଟିଛି ଉତ୍ତର ପ୍ରଦେଶ ଗାଜିଆ ବାଦରେ ଅଞ୍ଚଳରେ ।

ଏଠାରେ ଅମିର ଏବଂ କୈଫ ନାମକ ଦୁଇ ଜଣ ଯୁବକ ଦୋକାନକୁ ଆସୁଥିବା ଗ୍ରାହକଙ୍କୁ ଜୁସରେ ପରିସ୍ରା ମିଶାଇ ଦେଉଥିଲେ। ଏହା ଜଣାପଡ଼ିବା ପରେ ଲୋକମାନେ ସଂପୃକ୍ତ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ଦୋକାନରୁ ୧ଲିଟର ପରିସ୍ରା ବୋତଲ ଜବତ କରିଛନ୍ତି। କୁହାଯାଉଛି ଯେ ଏହି ଜୁସ୍ ଦୋକାନକୁ ଅଧିକାଂଶ ସମୟ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ଆସିଛନ୍ତି।












Click it and Unblock the Notifications