ବସର ଅଲ ଅସଦଙ୍କଠାରୁ ଛାଡପତ୍ର ନେବେ ପତ୍ନୀ ଆସମା
ଶାସନ ଗଲା, ଦେଶ ଗଲା ଏବେ ସମ୍ପର୍କ ବି ତୁଟିବ। ସିରିଆରେ ଗୃହଯୁଦ୍ଧ ପରେ ବହିସ୍କୃତ ରାଷ୍ଟ୍ରପତି ବଶର ଅଲ ଅସଦଙ୍କ ଠାରୁ ଅଲଗା ହେବେ ତାଙ୍କ ପତ୍ନୀ। ସିରିୟାର ପୂର୍ବତନ ରାଷ୍ଟ୍ରପତି ବଶର୍ ଅଲ୍ ଅସଦଙ୍କ ପତ୍ନୀ ଆସ୍ମା ଅଲ୍ ଅସଦ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ଜେରୁଜେଲମ ପୋଷ୍ଟ ମୁତାବକ, ସିରିୟାରୁ କ୍ଷମତାଚ୍ୟୁତ ହୋଇ ଅସଦ ରୁଷ୍ ପଳାୟନ କରିବା ପରେ ଆସ୍ମା ଚିନ୍ତିତ ହୋଇପଡ଼ିଛନ୍ତି । ରୁଷ୍ରେ ତାଙ୍କ ସହ ସେ ଆଦୌ ଖୁସି ନାହାନ୍ତି । ଦେଶ ଛାଡ଼ିବା ପାଇଁ ଆସ୍ମା ଇତିମଧ୍ୟରେ ରୁଷୀୟ ଅଦାଲତରେ ଆବେଦନ ବି କରିଛନ୍ତି । ତୁର୍କୀ ଏବଂ ଆରବ ଗଣମାଧ୍ୟମ ଅନୁଯାୟୀ ଆସମା ମସ୍କୋରେ ଖୁସିରେ ନାହାଁନ୍ତି ଏବଂ ସେ ଲଣ୍ଡନ ଯିବାକୁ ଚାହୁଁଛନ୍ତି । ରିପୋର୍ଟ ଅନୁଯାୟୀ ଆସମାଙ୍କର ବ୍ରିଟେନ ଏବଂ ସିରିଆର ଦ୍ୱାରା ନାଗରିକତା ରହିଛି। ଆସମାଙ୍କ ଘର ଲଣ୍ଡନରେ ଅଛି ଯେଉଁଠାରେ ସେ ଜନ୍ମ ହୋଇଥିଲେ। ୨୦୦୦ ମସିହାରେ ଆସମା ସିରିଆ ଯାଇଥିଲେ। ସେହି ବର୍ଷ ହିଁ ବଶର ଅଲ-ଅସଦଙ୍କୁ ବିବାହ କରିଥିଲେ। ସେତେବେଳେ ଆସମାଙ୍କୁ ୨୫ ବର୍ଷ ବୟସ ହୋଇଥିଲା।
କହିରଖୁଛୁ ଯେ ବିଦ୍ରୋହୀ ଗୋଷ୍ଠୀ ଦ୍ୱାରା ସିରିଆରେ ହୋଇଥିବା ସତ୍ତା ପରିବର୍ତ୍ତନ ପରେ ବସର ଅଲ-ଅସଦ ତାଙ୍କ ପରିବାର ସହିତ ଋଷକୁ ପଳାଇ ଆସିଥିଲେ । ଭ୍ଲାଦିମିର ପୁଟିନ ତାଙ୍କୁ ତାଙ୍କ ଦେଶରେ ରାଜନୈତିକ ଆଶ୍ରୟ ଦେଇଛନ୍ତି। ଦେଶ ଛାଡି ପଳାୟନ କରିଥିବା ସିରିଆର ବହିସ୍କୃତ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ରୁଷ ରାଜନୈତିକ ଶରଣ ଦେଇଥାଇପାରେ କିନ୍ତୁ ତାଙ୍କ ଉପରେ କଠୋର ପ୍ରତିବନ୍ଧକ ଲାଗୁ କରାଯାଇଛି। ତାଙ୍କୁ ମସ୍କୋ ଛାଡିବାକୁ କିମ୍ବା କୌଣସି ରାଜନୈତିକ କାର୍ଯ୍ୟରେ ସାମିଲ ହେବାକୁ ଅନୁମତି ନାହିଁ।

ସୂଚନାନୁସାରେ, ରୁଷ କର୍ତ୍ତୃପକ୍ଷ ବଶର ଅଲ-ଅସଦଙ୍କ ସମ୍ପତ୍ତି ଏବଂ ଟଙ୍କା ଜବତ କରିଛନ୍ତି। ଅସଦ ସିରିଆ ଛାଡିବାବେଳେ ୨୭୦ କିଲୋଗ୍ରାମ ସୁନା ଆଣିଥିଲେ। ତାଙ୍କ ସମ୍ପତ୍ତିରେ ୨ ବିଲିୟନ ଡଲାର ଏବଂ ମସ୍କୋରେ ୧୮ଟି ଆପାର୍ଟମେଣ୍ଟ ସାମିଲ ଅଛି। ତେବେ ଆସମା ଋଷର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ।
ମସ୍କୋ ଛାଡିବାକୁ ସ୍ୱତନ୍ତ୍ର ଅନୁମତି ମାଗିଛନ୍ତି ସେ । ତାଙ୍କର ଆବେଦନକୁ ଋଷ କର୍ତ୍ତୃପକ୍ଷ ବିଚାର କରୁଛନ୍ତି। ରିପୋର୍ଟ ଅନୁଯାୟୀ ଆସମାଙ୍କର ବ୍ରିଟେନ ଏବଂ ସିରିଆର ଦ୍ୱାରା ନାଗରିକତା ରହିଛି। ସେ ଲଣ୍ଡନରେ ସିରିଆର ପିତାମାତାଙ୍କଠାରେ ଜନ୍ମଗ୍ରହଣ କରିଥିଲେ । ଆସମା ୨୦୦୦ରେ ସିରିଆ ଯାଇ ସେହି ବର୍ଷ ୨୫ବର୍ଷ ବୟସରେ ଅସଦଙ୍କୁ ବିବାହ କରିଥିଲେ।












Click it and Unblock the Notifications