ସାମ୍ନାକୁ ଆସିଲା ବାରାକ୍ ଓବାମାଙ୍କ ଝିଅଙ୍କ ବୟଫ୍ରେଣ୍ଡର ନାମ
ଶଶା ଓବାମା ଏକ ବୟଫ୍ରେଣ୍ଡ କରିଛନ୍ତି । ଯାହାକୁ ନିଜେ ମା ମିସେଲ ଓବାମା ପ୍ରକାଶ କରିଛନ୍ତି।
ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବେ ବି ଚର୍ଚ୍ଚାରେ ରହିଛନ୍ତି। ସେ ତାଙ୍କ ପତ୍ନୀ ମିସେଲ ଓବାମା ଏବଂ ଦୁଇ ଝିଅଙ୍କ ସହ ଏବେ ରହୁଛନ୍ତି । ଯଦିଓ ହ୍ୱାଇଟ ହାଉସରେ ପିତାଙ୍କ ଆଠ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଶଶା ଏବଂ ମାଲିଆ ସ୍ପଟ୍ ଲାଇଟ୍ ଠାରୁ ବହୁ ଦୂରରେ ଥିଲେ, କିନ୍ତୁ ବର୍ତ୍ତମାନ ବାରାକ ଓବାମାଙ୍କ ଝିଅମାନଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଓବାମାଙ୍କର ଦୁଇ ଝିଅ ଅଛନ୍ତି । ବଡ଼ ଝିଅର ନାମ ମାଲିଆ, ଯିଏକି 23 ବର୍ଷ, ସାନ ଝିଅ ଶଶାଙ୍କୁ 20 ବର୍ଷ । ଏଭଳି ପରିସ୍ଥିତିରେ ଖବର ଆସୁଛି ଯେ ଶଶା ଓବାମା ଏକ ବୟଫ୍ରେଣ୍ଡ କରିଛନ୍ତି । ଯାହାକୁ ନିଜେ ମା ମିସେଲ ଓବାମା ପ୍ରକାଶ କରିଛନ୍ତି।
ଆମେରିକାର ପ୍ରଥମ ଲେଡି ହୋଇଥିବା ମିସେଲ ଓବାମା ନିକଟରେ ତାଙ୍କର ଦୁଇଝିଅଙ୍କ ବିଷୟରେ ଦି ଏଲେନ୍ ସୋ'ରେ କଥା ହୋଇଥିଲେ। ଏହି ସମୟରେ ସେ ପ୍ରକାଶ କରିଥିଲେ ଯେ ତାଙ୍କ ସାନ ଝିଅ ଶଶା ବାସ୍କେଟବଲ ଖେଳାଳି କ୍ଲିଫଟନ୍ ପାୱଲ ଜୁନିୟରଙ୍କୁ ଡେଟ୍ କରୁଛନ୍ତି । ସେ ଶୋ'ର ହୋଷ୍ଟକୁ କହିଛନ୍ତି ଯେ, ତାଙ୍କ ଝିଅ ବର୍ତ୍ତମାନ ବଡ ହୋଇଯାଇଛି । ସେ ନିଜ ବୟଫ୍ରେଣ୍ଡ ସହିତ ଘରକୁ ଆସୁଛି ।

ହଲିଉଡ ଅଭିନେତାଙ୍କ ପୁଅ କ୍ଲିଫଟନ୍ ପାୱେଲ୍ ଜୁନିୟର
ମିରର୍ ୟୁକେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, 20 ବର୍ଷ ବୟସ୍କା ଶଶା ଓବାମା ତାଙ୍କ ନୂତନ ବୟଫ୍ରେଣ୍ଡ କ୍ଲିଫଟନ୍ ପାୱେଲଙ୍କୁ ମିଗିଗାନ୍ ୟୁନିଭରସିଟିରୁ ଲସ୍ ଆଞ୍ଜେଲ୍ସର USC କୁ ସ୍ଥାନାନ୍ତରିତ ହେବା ପରେ ଭେଟିଥିଲେ। 24 ବର୍ଷିୟ କ୍ଲିଫଟନ୍ ଜଣେ ହଲିଉଡ ଅଭିନେତାଙ୍କ ପୁଅ । ସେ କ୍ଲିଫଟନ୍ ପାୱଲେ ସିନିୟରଙ୍କ ପୁଅ । ଅଭିନେତା କ୍ଲିଫଟନ୍ ପାୱାର୍ ବର୍ତ୍ତମାନ ଏକ ବ୍ୟବସାୟିକ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି ।












Click it and Unblock the Notifications