ବାଂଲାଦେଶର ଇସ୍କନ ଉପରେ ଲାଗିବ ବ୍ୟାନ ! ହାଇକୋର୍ଟରେ ହୋଇଛି ଆବେଦନ
ପଡୋଶୀ ଦେଶ ବାଂଲାଦେଶରେ ବର୍ତ୍ତମାନ ଅଶାନ୍ତ ହୋଇପଡିଛି। ହିନ୍ଦୁମାନଙ୍କ ଉପରେ ଲଗାତାର ଆକ୍ରମଣ ହେଇଛି। କେବଳ ସେତିକି ନୁହେଁ ମନ୍ଦିର ଭଙ୍ଗାରୁଜା ମଧ୍ୟ କରାଯାଇଛି। ଇସ୍କନ ପୁଣ୍ଡରିକ ଧର୍ମଗୁରୁ ଚନ୍ମୟ କୃଷ୍ଣ ପ୍ରଭୁ ଦାସଙ୍କ ଗିରଫଦାରୀ ପରେ ଇସ୍କନ ଉପରେ ବ୍ୟାନ୍ ଲଗାଇବା ପାଇଁ ଯୋଜନା ଚାଲିଛି। ଏନେଇ ବାଂଲାଦେଶ ହାଇକୋର୍ଟରେ ଏକ ଆବେଦନ ମଧ୍ୟ କରାଯାଇଛି।

ଏହାରି ଭିତରେ ବାଂଲାଦେଶର ୟୁନୁସ ସରକାର ISKCONକୁ ଏକ ଧାର୍ମିକ ମୌଳବାଦୀ ସଂଗଠନ ବୋଲି ଘୋଷଣା କରିଛି। ବାଂଲାଦେଶର ଆଟର୍ଣ୍ଣି ଜେନେରାଲ ହାଇକୋର୍ଟରେ କହିଛନ୍ତି ଯେ ଏହା ହେଉଛି ସରକାରଙ୍କ ମୁଖ୍ୟ ଏଜେଣ୍ଡା ଏବଂ ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାର ଅର୍ଥ ହେଉଛି ISKCON କୁ ଖୁବଶୀଘ୍ର ବ୍ୟାନ୍ କରାଯିବ।
ଇସ୍କନକୁ ନେଇ ଦାୟର ହୋଇଥିବା ଆବେଦନ ଉପରେ ହାଇକୋର୍ଟ ବାଂଲାଦେଶର ଆଟର୍ଣ୍ଣି ଜେନେରାଲଙ୍କ ଠାରୁ ISKCON ବିଷୟରେ ସୂଚନା ମାଗିଥିଲେ ଏବଂ ବାଂଲାଦେଶରେ ଏହା କିପରି ପ୍ରତିଷ୍ଠା କରାଯାଇଥିଲା ବୋଲି ପଚାରିଥିଲେ।
ଏହା ଉପରେ ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ଏହି ସଂଗଠନ ଏକ ରାଜନୈତିକ ଦଳ ନୁହେଁ। ଏହା ଏକ ରୁଢ଼ିବାଦୀ ସଂଗଠନ। ସରକାର ଏହାର ତଦନ୍ତ କରୁଛନ୍ତି। ଏହା ପରେ ହାଇକୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ ISKCON ଉପରେ ସରକାରଙ୍କ ପକ୍ଷ ଉପସ୍ଥାପନ କରିବାକୁ ଏବଂ ଗୁରୁବାର ସକାଳ ସୁଦ୍ଧା ଦେଶରେ ଆଇନଗତ ପରିସ୍ଥିତି ବୁଝାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ଆଇନଗତ ବ୍ୟବସ୍ଥା ଯେପରି ଆହୁରି ନ ବିଡିବ ସେଥିପ୍ରତି ଦୃଷ୍ଟି ଦେବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।












Click it and Unblock the Notifications